ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ସୋମବାର ସିଏମ୍‌ସିରେ ସ୍ୱତନ୍ତ୍ର କାଉନ୍‌ସିଲ୍‌ ବୈଠକ, ବାଲିଯାତ୍ରା ପ୍ରସ୍ତୁତି ସମ୍ପର୍କରେ ହେବ ଆଲୋଚନା

କଟକ,୨୦/୧୧: ସୋମବାର ସିଏମ୍‌ସିରେ ସ୍ୱତନ୍ତ୍ର  କାଉନ୍‌ସିଲ୍‌ ବୈଠକ ହେବ । ଏଥିରେ ମେୟର ସୁବାସ ସିଂହ  ଅଧ୍ୟକ୍ଷତା କରିବେ । ଏଥିରେ ବାଲିଯାତ୍ରା ପ୍ରସ୍ତୁତି ସମ୍ପର୍କରେ  ଆଲୋଚନା କରାଯିବା ସହିତ ନୂଆ କାର୍ଯ୍ୟକ୍ରମ ସମ୍ପର୍କରେ  କାଉନ୍‌ସିଲ୍‌କୁ ଅବଗତ କରାଇବେ କର୍ତ୍ତୃପକ୍ଷ । 

ଚଳିତ  ବର୍ଷ ସିଏମ୍‌ସି ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପ୍ରାୟ ସମସ୍ତ କାର୍ଯ୍ୟ ପାଇଁ ଟେଣ୍ଡର୍‌ ଡକାଯାଇଥିଲା ବେଳେ କିଛି କାମକୁ ବିନା ଟେଣ୍ଡର୍‌ରେ ଠିକା ସଂସ୍ଥା ହାତକୁ ଟେକି ଦିଆଯାଇଛି । ଯାହାକୁ ନେଇ ଗତ କାଉନ୍‌ସିଲ୍‌ ବୈଠକରେ ଏହାକୁ ନେଇ ପ୍ରସଙ୍ଗ କରିଥିଲେ  ବିରୋଧୀ । କିନ୍ତୁ ବୈଠକରେ ଉତ୍ତେଜନା ପ୍ରକାଶ ପାଇବାରୁ  ଏହାକୁ ବାତିଲ୍‌ କରାଯାଇଥିଲା । ସୋମବାର ବିଜୁ ଭବନ  ବୈଠକରେ ଗୋଟିଏ ପକ୍ଷରେ ପ୍ରଶାସନ ନିଜ ପ୍ରସ୍ତାବ  ରଖିବାକୁ ଥିଲାବେଳେ ବିନା ଟେଣ୍ଡର୍‌ରେ ପରିମଳ ଦାୟିତ୍ୱ  ଦିଆଯାଇଥିବା ପ୍ରସଙ୍ଗରେ ବିରୋଧୀ କର୍ପୋରେଟରମାନେ  ଆଲୋଚନା କରିବେ ବୋଲି ଯୋଜନା ରହିଛି ।

Copyright © 2022 - Summa Real Media Private Limited. All Rights Reserved.