ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏସିଆ କପ୍: ପାକିସ୍ତାନକୁ ୨ ୱିକେଟରେ ହରାଇ ଫାଇନାଲରେ ଶ୍ରୀଲଙ୍କା

କଲମ୍ବୋ, ୧୫/୦୯: ଚଳିତ ଏସିଆ କପ୍‌ରେ ରୋମାଞ୍ଚକର ବିଜୟ ସହ ଡିଫେଣ୍ଡିଂ ଚାମ୍ପିଅନ୍‌ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଅନୁଷ୍ଠିତ ସୁପର- ୪ ରାଉଣ୍ଡର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କା ୨ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି । ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୨ ଓଭରରେ ୭ ୱିକେଟ୍‌ ହରାଇ ୨୫୨ ରନ୍‌ ସଂଗ୍ରହ କରିଥିଲା ।

ଜବାବରେ ଶ୍ରୀଲଙ୍କା ୮ ୱିକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା । ଏହି ମ୍ୟାଚ୍‌ରେ ବର୍ଷା ବଧା ଉପୁଯାଇଥିଲେ ହେଁ ଶ୍ରୀଲଙ୍କାର ବିଜୟକୁ ରୋକି ପାରି ନଥିଲା । ଶେଷ ବଲ୍‌ ପର୍ଯ୍ୟନ୍ତ ଘମାଘୋଟ ଲଢେଇ ଜାରି ରହିଥିଲା । ଶେଷ ଓଭରରେ ବିଜୟ ପାଇଁ ୮ ରନ୍‌ ଆବଶ୍ୟକ ହେଉଥିଲା । ପ୍ରଥମ ୪ଟି ବଲରେ ୨ ରନ୍‌ ସଂଗୃହୀତ ହୋଇଥିଲା ଓ ଅଷ୍ଟମ ୱିକେଟ୍‌ର ପତନ ଘଟିଥିଲା । ମାତ୍ର ପଞ୍ଚମ ବଲ୍‌ରେ ଚରିଥ ଆଶାଲଙ୍କା ଚୌକା ମାରିଥିଲେ ।

ପାକିସ୍ତାନର ଦମଦାର ପ୍ରଦର୍ଶନ, ଶ୍ରୀଲଙ୍କା ଆଗରେ ୨୫୩ ରନର ବିଜୟ ଲକ୍ଷ୍ୟ

ଶେଷ ବଲରେ ବାକି ରନ୍ ଅଟକାଇବାକୁ ପାକିସ୍ତାନ ଜୋରଦାର ପ୍ରୟାସ କରିଥିଲେ ହେଁ ସଫଳ ହୋଇପାରି ନଥିଲା । ପାକିସ୍ତାନର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ୨୫୩ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିବା ସହଜ ନଥିଲା । ଶ୍ରୀଲଙ୍କା ୨୦ ରନ୍‌ରେ କୁଶଲ ପେରେରା (୧୭)ଙ୍କୁ ହରାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା କୁଶଲ ମେଣ୍ଡିସ୍‌ ଓ ଅପରାଜିତ ଓପନର ପଥୁମ ନିଶଙ୍କା ଦଳୀୟ ସ୍କୋରକୁ ୭୭ରେ ପହଞ୍ଚାଇଥିଲେ । ନିଶଙ୍କା ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ ।

ମେଣ୍ଡିସଙ୍କ ସହ ସଦିରା ସମରବିକ୍ରମା କ୍ରିଜରେ ଯୋଗ ଦେବା ପରେ ଘରୋଇ ଦଳର ସ୍ଥିତି ସୁଧୁରିଥିଲା । ଉଭୟ ୧୦୦ ରନ୍‌ର ଭାଗିଦାରୀ ଗଢି ବିଜୟ ଆଶା ଉଜ୍ଜ୍ୱଳ କରିଥିଲେ । ଦଳୀୟ ସ୍କୋର ୧୭୭ ବେଳେ ସମରବିକ୍ରମା ବ୍ୟକ୍ତିଗତ ୪୮ ରନ୍‌ କରି ଆଉଟ୍ ହୋଇଥିଲେ । ମେଣ୍ଡିସ ଦର୍ଶନୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଦଳୀୟ ସ୍କୋର ୨୧୦ରେ ପହଞ୍ଚିଥିଲା । ଏତିକି ବେଳେ ମେଣ୍ଡିସ(୯୧)ଙ୍କୁ ଆଉଟ୍‌ କରି ଇଫତିଖର ଅହମ୍ମଦ ବାଜି ପଲଟାଇ ଦେଇଥିଲେ । ଏଥର ଆଶାଲଙ୍କାଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରୁଥିଲା । ଡାସୁନ ଶଣକା(୨) ନିରାଶ କରିଥିଲେ ।

ଆଉ ଏକ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ ଏଲ୍-୧, ସୂର୍ଯ୍ୟଙ୍କ ଆଡ଼କୁ ବଢ଼ୁଛି

୪୦ ଓଭରରେ ଦଳୀୟ ସ୍କୋର ୨୪୦ରେ ପହଞ୍ଚି ସାରିଥିଲା । ଶେଷ ୨ ଓଭରରେ ବିଜୟ ପାଇଁ ବାକିଥିଲା ୧୨ ରନ । ସହିନ ଆଫ୍ରିଦି ୪୧ତମ ଓଭରରେ ୨ଟି ୱିକେଟ୍‌ ନେଇ ଉତ୍ସାହ ଭରି ଦେଇଥିଲେ । ମାତ୍ର ଆଶାଲଙ୍କା ଶେଷ ବଲ୍‌ ପର୍ଯ୍ୟନ୍ତ ଲଢେଇ ଜାରି ରଖି ଦଳକୁ ବିଜୟୀ କରାଇଥିଲେ । ସେ ୩ଚୌକା ଓ ୧ ଛକା ବଳରେ ୪୯ ରନ୍‌ କରିଥିଲେ । ଆଜି ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁ ମ୍ୟାଚ୍‌କୁ ୪୨ଓଭର ବିଶିଷ୍ଟ କରାଯାଇଥିଲା ।

ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ମଧ୍ୟ ଭାଗରେ ମହମ୍ମଦ ରିଜୱାନ ଓ ଇଫତିଖର ଅହମ୍ମଦ ଆକ୍ରମଣାତ୍ମକ ସଟ୍‌ମାନ ଖେଳି ପଞ୍ଚମ ୱିକେଟ୍‌ରେ ଉଭୟ ୧୦୮ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୨୩୮ବେଳେ ଇଫତିଖର ୪୭ (୩ଚୌକା ଓ ୨ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ । ରିଜୱାନ ଗୋଟିଏ ପଟେ ଆକ୍ରମଣ ଜାରି ରଖି ଦଳୀୟ ସ୍କୋରକୁ ୨୫୨ରେ ପହଞ୍ଚାଇଥିଲେ । ସେ ୭୩ଟି ବଲ୍‌ରୁ ୬ଚୌକା ଓ ୨ଛକା ବଳରେ ୮୬ ରନ୍‌ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ପତିରଣା ୩ଟି ଓ ପ୍ରମୋଦ ମଦୁସନ ୨ଟି ୱିକେଟ୍‌ ନେଇଥିଲେ ।

ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ, ୧୫ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

ASIA CUP
PrameyaOdia

Copyright © 2022 - Summa Real Media Private Limited. All Rights Reserved.