ନୂଆଦିଲ୍ଲୀ : ବାଣ ଫୁଟାଇବା ନେଇ ଲାଗିଲା କଟକଣା । କେହି ପାର୍ବଣ ଋତୁରେ ବେରିୟମ ଯୁକ୍ତ ବାଣ ଓ କେମିକାଲରେ ତିଆରି ବାଣ ବ୍ୟବହାର କରି ପାରିବେ ନାହିଁ। ସୁପ୍ରିମକୋର୍ଟ ମଙ୍ଗଳବାର ଏନେଇ ସ୍ପଷ୍ଟ କରିଛନ୍ତି। ଏହା ବିରୋଧରେ ପୂର୍ବରୁ ନିର୍ଦ୍ଦେଶ ସମଗ୍ର ଦେଶରେ ଲାଗୁ ରହିଛି , ଏହା କେବଳ ଦିଲ୍ଲୀ ପାଇଁ ନୁହେଁ ବୋଲି କୋର୍ଟ କହିଛନ୍ତି।
ସର୍ବୋଚ୍ଚ କୋର୍ଟ ଏହି ସ୍ପଷ୍ଟୀକରଣ ରାଜସ୍ଥାନର ଏକ ଆବେଦନ ଉପରେ ଶୁଣାଣି ବେଳେ ଦେଇଛନ୍ତି। ଉକ୍ତ ଆବେଦନରେ ଉତ୍ସବ ଋତୁରେ ବେରିୟମ ବାଣ ଉପରେ ପ୍ରତିବନ୍ଧକ ଓ ବାୟୁ , ଧ୍ୱନି ପ୍ରଦୂଷଣକୁ ହ୍ରାସ କରିବା ସମ୍ୱନ୍ଧରେ, ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ରାଜସ୍ଥାନକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ଆଉ କୌଣସି ନୂଆ ନିର୍ଦ୍ଦେଶର ଆବଶ୍ୟକତା ନାହିଁ,ଏହା କହି କୋର୍ଟ ରାଜସ୍ଥାନ ରାଜ୍ୟକୁ ଗତ ଆଦେଶ ଉପରେ ସ୍ୱତନ୍ତ୍ର ଆଦେଶ ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ଦୋହରାଇଛନ୍ତି କି ତାଙ୍କ ଆଦେଶ ଦେଶର ସବୁ ରାଜ୍ୟ ପାଇଁ ବାଧ୍ୟତାମୂଳକ।
ଉଲ୍ଲେଖନୀୟ ଯେ , ସୁପ୍ରିମକୋର୍ଟ ୨୦୨୧ରେ ଏହା ସୁନିଶ୍ଚିତ କରିବା ପାଇଁ ଅନେକ ନିର୍ଦ୍ଦେଶ ପାରିତ କରିଛନ୍ତି କି, ଦିପାବଳୀ ପୂର୍ବରୁ ବ୍ୟାନ ହୋଇଥିବା ରସାୟନ ବାଣ ବ୍ୟବହାର ନହେଇ। ପୀଠ ଏହା ବି ସ୍ପଷ୍ଟ କରିଛନ୍ତି ବାଣ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ନାହିଁ ଏବଂ କେବଳ ସେହି ବାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯେଉଁଥିରେ ବେରିୟମ ଥିବ। ୨୦୧୮ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ପରେ ସବୁଜ ବାଣର ଅନୁମତି ରହିଛି।
ବିଚାରପତି ଏମଆର ଶାହ ଓ ବିଚାରପତି ଏଏସ୍ ବୋପନ୍ନାଙ୍କର ମିଳିତ ଖଣ୍ଡପୀଠ ୨୦୨୧ରେ କହିଥିଲେ କି, ଯଦି ଏହା ଜଣାପଡ଼େ କି କୌଣସି ବିଶେଷ କ୍ଷେତ୍ରରେ କୌଣସି ବି ପ୍ରତିବନ୍ଧକ ବାଣର ତିଆରି , ବିକ୍ରି ଓ ବ୍ୟବହାର କରାଯାଏ ତ ସଂପୃକ୍ତ ରାଜ୍ୟର ମୁଖ୍ୟ ସଚିବ , ସଚିବ(ଗୃହ) ସଂପୃକ୍ତ ରାଜ୍ୟର ଓ ସଂପୃକ୍ତ କ୍ଷେତ୍ରର ପୁଲିସ କମିଶନର, ସଂପୃକ୍ତ କ୍ଷେତ୍ରର ଜିଲ୍ଲା ପୁଲିସ ଅଧିକାରୀ ଓ ସଂପୃକ୍ତି ପୁଲିସ ଷ୍ଟେସନର ଏସଏଚଓ / ପୁଲିସ ପ୍ରଭାରୀଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ କରାଯିବ।
ପୀଠ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକୁ ଏହା ସୁନିଶ୍ଚିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ,ତାଙ୍କ ନିର୍ଦ୍ଦେଶକୁ ଅନୁରୂପ ଭାବେ ପାଳନ କରାଯିବ। ଏହା ସହ ଏହା ବି କୁହାଯାଇଛି କି ରାଜ୍ୟ ସରକାର / ରାଜ୍ୟ ଏଜେନ୍ସି ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ କୌଣସି ଅବହେଳା କଲେ ଗୁରୁତର କାର୍ଯ୍ୟାନୁଷ୍ଠାନ ନିଆଯିବ।