ନୂଆଦିଲ୍ଲୀ,୧୮/୧୧: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-ଟ୍ୱେଣ୍ଟି ସିରିଜ ପାଇଁ ବିସିସିଆଇ ସୂର୍ଯ୍ୟକୁମାର ଯାଦବଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଆହତ ସମସ୍ୟା ଦେଇ ଗତି କରୁଥିବା ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡ଼ିବା ନିଶ୍ଚିତ । ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ପୂର୍ବରୁ ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତରେ ସୂର୍ଯ୍ୟକୁମାର ଉପଅଧିନାୟକ ନିଯୁକ୍ତ ହୋଇଥିଲେ । ତେଣୁ ବିସିସିଆଇ ତାଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଜ୍ୟୋତିଷଙ୍କ ଭବିଷ୍ୟବାଣୀ: ହିଟ୍ମ୍ୟାନ୍ଙ୍କ ରାଶିରେ ବିଶ୍ୱକପ୍ ଟ୍ରଫି
ପୂର୍ବରୁ ଋତୁରାଜ ଗାଏକୱାଡ୍ଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତାଙ୍କ ଅଧିନରେ ଭାରତୀୟ ଦଳ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ବିଶ୍ୱକପ୍ ଫାଇନାଲ୍ ଶେଷ ହେବା ପରେ ବିସିସିଆଇ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିବା ସମ୍ଭାବନା ରହିଛି । ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜ ନଭେମ୍ବର ୨୩ରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖରେ ଶେଷ ହେବ।