ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା

Published By : Prameya | December 7, 2023 11:03 AM

ବଲାଙ୍ଗିର, ୦୭/୧୨ : ବଲାଙ୍ଗୀର ସହର ସୁଦପଡା ମଦଭାଟି ମାଲିକ ରାଜେଶ ସାହୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ରେଡ୍ କରିଥିଲା। ଚଢାଉ ବେଳେ ବସ୍ତା ବସ୍ତା ଟଙ୍କା ଜବତ ହୋଇଛି। ରାଜେଶଙ୍କ ଘରୁ ଆଲମିରା ଭର୍ତି ଟଙ୍କା ମିଳିଛି। ଏହି ଟଙ୍କାକୁ ସମୁଦାୟ ୧୫୬ଟି ବ୍ୟାଗ୍‌ରେ ବଲାଙ୍ଗିର ଏସବିଆଇକୁ ଅଣାଯାଇଛି। ଆଜି ସକାଳୁ ଟଙ୍କାଗୁଡ଼ିକୁ ଆଉଥରେ ଯାଞ୍ଚ୍ ପାଇଁ ଭାଟି ମ୍ୟାନେଜରଙ୍କୁ ଆୟକର ଅଧିକାରୀମାନେ ଧରି ବ୍ୟାଙ୍କକୁ ଆସିଛନ୍ତି। ସେହିପରି ଟିଟିଲାଗଡ଼ ମଦ ଭାଟିରୁ ମଧ୍ୟ ଟଙ୍କା ଜବତ କରାଯାଇଛି । ଗତକାଲି ଠାରୁ ଆୟକର ଫାଙ୍କିବା ଅଭିଯୋଗରେ ବଲାଙ୍ଗିର, ଟିଟିଲାଗ଼ଡ ସମେତ ଓଡିଶାର ୨୦ଟି ସ୍ଥାନରେ ଆୟକର ବିଭାଗ ଚଢାଉ କରିଛି। 

ପ୍ରକାଶ ଯେ, ବୌଦ୍ଧ ରାମ୍ଭିକଟା ଡିଷ୍ଟିଲେରି ପ୍ରାଇଭେଟ୍‌ ଲିମିଟେଡ୍‌ ଓ ପୁରୁଣାକଟକସ୍ଥିତ ରାଣୀସତୀ ଗ୍ରୁପ ଅଫ କମ୍ପାନୀ ଉପରେ ଆୟକର ବିଭାଗ ଚଢାଉ କରିଛି। କେବଳ ଓଡ଼ିଶାରେ ନୁହେଁ, କୋଲକାତା, ଝାଡ଼ଖଣ୍ଡର ରାଞ୍ଚି ସମେତ ୨୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି । ଏହି ସମୟରେ କୋଟି କୋଟି ଟଙ୍କା ସହ, ହାର୍ଡଡିସ୍କ ଓ ବହୁ କାଗଜପତ୍ର ଜବତ କରାଯାଇଛି । ସଂସ୍ଥାର ଏକାଧିକ  ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ଚଢ଼ଉ ହୋଇଛି । ୨୦୦୮ରେ କୋଲକାତାରେ ପଞ୍ଜିକୃତ ହୋଇଥିବା ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ  ବ୍ୟବସାୟ ରହିଛି । ଏହା ମୁଖ୍ୟତଃ ଏକ ମଦ ତିଆରି  କାରଖାନା । ଭୁବନେଶ୍ୱର ପଳାସପଲ୍ଲୀରେ ଥିବା କମ୍ପାନୀର କର୍ପୋରେଟ ଅଫିସ, ପୁରୁଣା ବିଏମସି ଅଫିସ୍‌ ପଛ ପଟେ ଥିବା ଏକ ଘର, ଖୋର୍ଦ୍ଧାରେ ଥିବା ଫ୍ୟାକ୍ଟ୍ରିରେ ମଧ୍ୟ ଚଢ଼ଉ କରାଯାଇଛି ।  

ଟିଟିଲାଗଡ଼ର ଦୁଇ ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘର ଉପରେ ବି ଚଢ଼ଉ ହୋଇଥିଲା । ପ୍ରଦୀପଙ୍କ ରଘୁନାଥପଡ଼ାସ୍ଥିତ ଘରେ ଆୟକର ବିଭାଗ ପଶିଥିଲା । ସେଠାରୁ ସମ୍ପର୍କୀୟ ଭାଇ ତଥା ଅନ୍ୟତମ ମଦ ବ୍ୟବସାୟୀ ସଞ୍ଜୟଙ୍କ ଘରେ ଚଢ଼ଉ କରିବାକୁ ଯାଇଥିଲେ । ହେଲେ ସେଠାରେ ତାଲା ପଡ଼ିଥିବାରୁ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ବିଳମ୍ବ ହେବାରୁ ଚଢ଼ଉ ଟିମ ତାଲା ଭାଙ୍ଗି ଘରେ ପଶିବୁ ବୋଲି କହିବା ପରେ ପରିବାରବର୍ଗ ଆସି କବାଟ ଖୋଲିଥିଲେ। ଚଢ଼ଉ ସମୟରେ ସଞ୍ଜୟ ଘରେ ନଥିଲେ । ମାତ୍ର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା । ତାଙ୍କ ଘରୁ ମଧ୍ୟ କିଛି କାଗଜପତ୍ର ଜବତ କରାଯାଇଛି । 

ସବୁଠାରୁ ବଡ଼ କଥା ହେଲା ସବୁ ବେଳେ ଖୋଲା ରହୁଥିବା ଦୀପକଙ୍କ ମଦ ଭାଟି ଗତକାଲି ବନ୍ଦ ଥିଲା । ଏଥିରୁ ଜଣାପଡୁଛି ଆୟକର ବିଭାଗ ଚଢ଼ଉ ପୂର୍ବରୁ ହୁଏତ ସେ ଖବର ପାଇଥିଲେ । ବଲାଙ୍ଗିରର ସୁଦପଡ଼ାରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଭାଟି ଉପରେ ଚଢ଼ଉ ହୋଇଛି । ଏକ ୫ଜଣିଆ ଆୟକର ବିଭାଗ ଅଧିକାରୀ ସିଆଇଏସଏଫ ଏବଂ ସ୍ଥାନୀୟ ପୁଲିସ  ସହାୟତାରେ ଭାଟି ଭିତରେ ରହିଥିବା ବେଳେ ସଂଧ୍ୟା ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । ସେଠାରୁ ବିପୁଳ  ପରିମାଣର ନଗଦ ଟଙ୍କା ଜବତ କରାଯାଇଛି । ସୁନ୍ଦରଗଡ଼ ଓ ରାଉରକେଲାରେ ମଧ୍ୟ ୮ଟି ସ୍ଥାନରେ ଚଢ଼ଉ ହୋଇଥିଲା । ସୁନ୍ଦରଗଡ଼ର ଜଣାଶୁଣା ମଦ ବ୍ୟବସାୟୀଙ୍କ ଘର, କାର୍ଯ୍ୟାଳୟ, ସର୍ଗିପାଲି ସ୍ଥିତ ଦେଶୀ ମଦ ଭାଟି ସହ ରାଉରକେଲାସ୍ଥିତ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ ଚାଲିଛି । କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ହରଭଙ୍ଗା ବ୍ଲକ୍‌ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ୍‌, ବାସଭବନ ଓ ଅନ୍ୟ ସ୍ଥାନରେ ବି ଆୟକର ବିଭାଗ ଯାଞ୍ଚ କରିଛି । ଓଡ଼ିଶା ବାହାରେ କୋଲକାତାର ୨ ଟି ସ୍ଥାନରେ ଚଢ଼ଉ ହୋଇଥଲା । ପୂର୍ବରୁ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍‌ ଲିମିଟେଡ୍‌ କୋଲକାତାରେ  ଅଫିସ୍‌ କରିଥିଲା । ରାଞ୍ଚିରେ ମଧ୍ୟ ସଂସ୍ଥାର କିଛି  ବରିଷ୍ଠ ଅଧିକାରୀ ରହୁଛନ୍ତି । ସେମାନଙ୍କ ଘରେ ବି ଚଢ଼ଉ କରାଯାଇଥିଲା । ପଳାସପଲ୍ଲୀରେ ଥିବା କମ୍ପାନୀର କର୍ପୋରେଟ ଅଫିସରୁ ମଧ୍ୟ ବହୁ ପରିମାଣରେ ଟଙ୍କା ଓ କାଗଜପତ୍ର ଜବତ ହୋଇଛି ।

Also Read:-

ଅଟୋ ଚଲାଇଲେ ଦିବ୍ୟଶଙ୍କର, ସହଯୋଗୀଙ୍କୁ ବସାଇ ଘେରାଏ ବୁଲାଇ ଆଣିଲେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.