ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବିଶ୍ୱନାଥପୁର,୩/୧୧ : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡ଼ୁମେରମୁଣ୍ଡା ଗ୍ରାମର ଯୁବକ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ପୋଖରୀ ଗାଁ ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ଉକ୍ତ ଗ୍ରାମର ହାଇୱେ ଢାବା ସମ୍ମୁଖରେ ଥିବା ଜଙ୍ଗଲରେ ଯୁବକର ମୃତଦେହ ଝୁଲୁଥବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଅମ୍ବାଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଠାବ କରିବା ସହ ସାଇଣ୍ଟିଫିକ ଟିମ ଡାକି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି l ମୃତ ଯୁବକ ଜଣକ ହେଲେ ସୀମାନ୍ତ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଡ଼ିମିରିମୁଣ୍ଡା ଗ୍ରାମର ତରୁଣ ନାଗ (୨୩) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଯୁବକ ଜଣକ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ହେବ ଭଲ ପାଇ ଆସୁଥିଲେ। ଗତ ଗୁରୁବାର ରାତ୍ରିରେ ଉଭୟ ପ୍ରେମିକ ପ୍ରେମିକା ଘରୁ ବାହାରି ଚାଲି ଆସିଥିଲେ। ପ୍ରେମିକାଙ୍କ କହିବା ଅନୁଯାୟୀ ଉଭୟେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ କିନ୍ତୁ ପ୍ରେମିକଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ବୋଲି ପ୍ରେମିକା ଜଣକ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି । ମୃତ ଯୁବକଙ୍କ ପରିବାର ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି କିନ୍ତୁ ପ୍ରକୃତରେ ତରୁଣଙ୍କୁ ପ୍ରେମ ଜନିତ ଜାତିଆଣକୁ ନେଇ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଜଣାଇଛନ୍ତି । ମୃତ ତରୁଣ ହରିଜନ ଜାତିର ହୋଇଥିବାବେଳେ ତାଙ୍କ ପ୍ରେମିକା ଶୁଣ୍ଢୀ ଜାତିର ହୋଇଥିବା ହେତୁ ଏହିପରି ଜାତିଆଣ ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରି ପ୍ରେମିକାକୁ ଥାନାରେ ଅଟକାଇ ପଚରା ଉଚୁରା କରୁଥିବା ଜଣାପଡିଛି l ଆସନ୍ତାକାଲି ସାଇଣ୍ଟିଫିକ ଟିମ ଓ ଡଗ୍ସସ୍କ୍ୱାର୍ଡ ଆସିବା ପରେ ଶବ ଉଦ୍ଧାର କରାଯାଇ ଅଧିକ ତଦନ୍ତ କରାଯିବ ବୋଲି ଅମ୍ବଦଳା ଥାନା ଆଇଆଇସି କାର୍ତ୍ତିକ ନାଏକ ପ୍ରକାଶ କରିଛନ୍ତି।

 

 

 

Copyright © 2022 - Summa Real Media Private Limited. All Rights Reserved.