ପ୍ରମୂଖ ଖବର

‘ସାଲାର୍‌’ର ରେକର୍ଡ ଭାଙ୍ଗିଲା ‘ଡଙ୍କି’ ଟ୍ରେଲର୍‌, ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଭ୍ୟୁ

ମୁମ୍ବାଇ ୦୭/୧୨: ଗତ ମଙ୍ଗଳବାର ମୁକ୍ତିଲାଭ କରିଛି ଶାହରୁଖ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଡଙ୍କି’ର ଟ୍ରେଲର୍‌ । ରିଲିଜ୍‌ର ୨୪ ଘଣ୍ଟା ମଧ୍ୟରେ ଏହାକୁ ୫ କୋଟି ୯୦ ଲକ୍ଷରୁ ଅଧିକ ୟୁଜର୍‌ ଦେଖିଛନ୍ତି । ୨୪ ଘଣ୍ଟାରେ ସର୍ବାଧିକ ଦେଖାଯାଇଥିବା ହିନ୍ଦୀ ଫିଲ୍ମ ଟ୍ରେଲର୍‌ ଭାବେ ଏହା ରେକର୍ଡ କରିଛି । ଅଦ୍ୟାବଧି ଫିଲ୍ମର ଟ୍ରେଲର୍‌କୁ ୬ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଲେଣି । 

ପ୍ରଯୋଜନା ସଂସ୍ଥା ପକ୍ଷରୁ ଭିଡିଓଟି ରିଲିଜ୍‌ କରାଯାଇଛି...




ଏହା ପୂର୍ବରୁ ପ୍ରଭାସଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ସାଲାର୍‌’ ନାଁରେ ଏହି ରେକର୍ଡ ଥିଲା । ‘ସାଲାର୍‌’ର ଟ୍ରେଲର୍‌ ଗତ ୧ ତାରିଖରେ ରିଲିଜ୍‌ ହୋଇଥିଲା, ଯାହାକୁ ୨୪ ଘଣ୍ଟା ମଧ୍ୟରେ ୫ କୋଟି ୪୨ ଲକ୍ଷ ଦର୍ଶକ ଦେଖିଥିଲେ । ଲାଇକ୍‌ ମାମଲାରେ ମଧ୍ୟ ‘ସାଲାର୍‌’ର ଟ୍ରେଲର୍‌କୁ ପଛରେ ପକାଇଛି ‘ଡଙ୍କି’ । ‘ସାଲାର୍‌’ର ଟ୍ରେଲର୍‌କୁ ରିଲିଜ୍‌ର ୩ ଦିନରେ ୧୧ ଲକ୍ଷ ଲାଇକ୍‌ ମିଳିଥିବାବେଳେ ‘ଡଙ୍କି’କୁ ରିଲିଜ୍‌ର ୧୩ ଘଣ୍ଟାରେ ୧୩ ଲକ୍ଷ ୟୁଜର୍‌ ଲାଇକ୍‌ କରିଛନ୍ତି । ‘ଡଙ୍କି’ର ଟ୍ରେଲର୍‌କୁ ନିର୍ମାତା ‘ଡଙ୍କି: ଡ୍ରପ୍‌-୪’ ନାଁରେ ରିଲିଜ୍‌ କରିଛନ୍ତି । ଏଥିରେ ଶାହରୁଖଙ୍କ ଚରିତ୍ର ହାର୍ଡି ନିଜର ଓ ୪ ବନ୍ଧୁଙ୍କ କାହାଣୀ ଶୁଣାଉଛନ୍ତି । ଲଣ୍ଡନ ଯାଇ ଖୁସିରେ ଜୀବନଯାପନ କରିବା ସମସ୍ତଙ୍କ ସ୍ୱପ୍ନ । ଭଲପାଇବା ଓ ବନ୍ଧୁତ୍ୱ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ଆସନ୍ତା ୨୧ ତାରିଖରେ ଏହା ମୁକ୍ତିଲାଭ କରିବ । ଏଥିରେ ଶାହରୁଖଙ୍କ ସହ ତାପସୀ ପନ୍ନୁ ଓ ଭିକି କୌଶଲ ମୁଖ୍ୟ ଭୂମିକାରେ ନଜର ଆସିବେ ।

Also Read :-

ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା: ଯୁକ୍ତି ରଖିଲେ ଉଭୟ ପକ୍ଷ ,୨୦ରେ ପରବର୍ତ୍ତୀ ଶୁଣାଣି

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.