କୋରାପୁଟ, ୧୬/୧୧ : ଟ୍ରେନ୍ରୁ ଖସି ୨ ମୃତ। କୋରାପୁଟ ରେଳ ଷ୍ଟେସନ ଠାରୁ ଅନତି ଦୂରରେ ଥିବା ଜର୍ଟି ଷ୍ଟେସନ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସକାଳେ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନାନୁଯାୟୀ, ଟ୍ରେନରୁ ଖସି ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସେମାନଙ୍କ ପରିଚୟ ମିଳପାରି ନାହିଁ। ଏହି ଦୁଇଜଣ ଟ୍ରେନରୁ କିପରି ଖସିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣା ସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ କରୁଛି। ତଦନ୍ତ ପରେ ସେମାନଙ୍କ ପରିଚୟ ମିଳିବ ବୋଲି ଅନୁମାନ କରାଯାଉଛି।