ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୌନ୍‌ ବନେଗା କରୋଡ଼ପତି ଜୁନିୟରରେ ଉମରକୋଟ ଛାତ୍ର, ୧୩.୪୦ ଲକ୍ଷ ଜିତିଲେ ଶାଶ୍ୱତ

ଉମରକୋଟ,୩୦/୧୧: ଜାତୀୟସ୍ତରୀୟ  ଟିଭି ସୋ’ କୌନ୍‌ ବନେଗା କରୋଡ଼ପତିରେ  ଭାଗନେଇ ୧୩ ଲକ୍ଷ ୪୦  ହଜାର ଟଙ୍କା ପୁରସ୍କାର ରାଶି ଜିତିଛନ୍ତି ଜଣେ  ଛାତ୍ର । ସେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଓଡ଼ିଶା  ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ମେଧାବୀ ଛାତ୍ର ଶାଶ୍ୱତ ପଟ୍ଟନାୟକ ।  ବଲିଉଡ୍‌ ଜଗତର ମହାନାୟକ ଅମିତାଭ  ବଚ୍ଚନଙ୍କ ସହ କୌନ୍‌ ବନେଗା କରୋଡ଼ପତିରେ ଶାଶ୍ୱତ ଭାଗନେଇ ଖେଳିବା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବିଷୟ । ଏହି ଖବର ପ୍ରଚାରିତ ହେବା ପରେ ଶାଶ୍ୱତ  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଗତମାସ ୨୭ ତାରିଖରୁ ଆରମ୍ଭ ହୋଇଥିବା  କୌନ ବନେଗା କରୋଡ଼ପତି(କେବିସି) ଜୁନିଅର କାର୍ଯ୍ୟକ୍ରମରେ ଶାଶ୍ୱତ ଭାଗ  ନେଇଥିଲେ । ୨୯ ତାରିଖରେ ସେ ହଟ୍‌ସିଟ୍‌ରେ ବସିଥିଲେ । ଶାଶ୍ୱତଙ୍କ ଖେଳ  ଦେଖି ବିଗ୍‌-ବି ଅତ୍ୟନ୍ତ ମୁଗ୍‌ଧ ହୋଇଥିଲା । 

ଶ୍ୱାଶ୍ୱତ କହିଛନ୍ତି, ସିନେ ଜଗତର  ମହାନାୟକ ଅମିତାଭ ବଚ୍ଚନଙ୍କୁ ଭେଟିବା ଏବଂ ତାଙ୍କ ସହ ଖେଳିବା ଜୀବନର ଏକ  ନିଆରା ଅନୁଭୂତି । ପ୍ରତିଟି କ୍ଷେତ୍ରରେ ସର୍ବଦା ଚେଷ୍ଟା କଲେ ପ୍ରତ୍ୟେକ ଛାତ୍ରଛାତ୍ରୀ  ସଫଳ ହୋଇପାରିବେ । ଶାଶ୍ୱତ ହେଉଛନ୍ତି ଉମରକାଟ ସରକାରୀ ଉନ୍ନୀତ ଉଚ୍ଚ  ବିଦ୍ୟାଳୟ ବକୋଦାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ଓ  ଝରିଗାଁ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଅଧ୍ୟାପିକା ତୁଷାରୀ ପଟ୍ଟନାୟକଙ୍କ ପୁଅ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.