ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଆଇଆଇଏମ୍ କୋଲକାତାର ଅତ୍ୟାଧୁନିକ ସୁବିଧାର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୩୧/୦୧: ସବୁଠାରୁ ପୁରାତନ ଆଇଆଇଏମ୍ (ଭାରତୀୟ ପ୍ରବନ୍ଧ ସଂସ୍ଥାନ) ମଧ୍ୟରେ ଆଇଆଇଏମ୍ କୋଲକାତା ହେଉଛି ଅନ୍ୟତମ । ଏହାର ଏକାଡେମିକ ଏବଂ ମ୍ୟାନେଜମେଣ୍ଟ ଉତ୍କର୍ଷତାର ଏକ ଅନନ୍ୟ ପରମ୍ପରା ରହିଛି । ଆଇଆଇଏମ୍, କୋଲକାତା ଆଗାମୀ ଦିନରେ ଭାରତୀୟ ମ୍ୟାନେଜମେଣ୍ଟ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ପ୍ରତିଷ୍ଠା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁଧବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍, କୋଲକାତାର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧାର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି । ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୭୨୬ଟି ରୁମ୍ ବିଶିଷ୍ଟ ଏକ ହଷ୍ଟେଲ, ଏକାଡେମିକ ବ୍ଲକ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ସେ କହିଛନ୍ତି ଯେ ଆଇଆଇଏମ୍ ହେଉଛି ଆମ ଦେଶର ପ୍ରମୁଖ ଅନୁଷ୍ଠାନ ଏବଂ ଆମର ଗୌରବ । ଏକବିଂଶ ଶତାବ୍ଦୀର ଉଚ୍ଚଶିକ୍ଷାର ଆବଶ୍ୟକତା ଏବଂ ଅପେକ୍ଷା ଅନୁଯାୟୀ, ଆଇଆଇଏମ୍ କୋଲକାତା କ୍ୟାମ୍ପସ୍ ଭିତ୍ତିଭୂମିର ଉନ୍ନତୀକରଣ ଏବଂ ପୁନଃବିକାଶ ହୋଇଛି । ଏପରି ଏକ ଏକ ମହତ୍ୱାକାଂକ୍ଷୀ ମାଷ୍ଟର ପ୍ଲାନ୍ ପାଇଁ ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ । ଅତ୍ୟାଧୁନିକ ସୁବିଧା ସହ ନିର୍ମିତ ହେବାକୁ ଥିବା ହଷ୍ଟେଲ ଦ୍ୱାରା ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବେ ।

କୋଲକାତା ଷାଠିଏ ଦଶକରେ ଏକ ଐତିହାସିକ, ସଭ୍ୟତାସମ୍ପନ୍ନ ଓ ଶିଳ୍ପ ସମୃଦ୍ଧ ସହର ଥିଲା । କ୍ୟାମ୍ପସର ପୁନଃ ଉନ୍ନତିକରଣ ଏହାର ଶିକ୍ଷାନୁଷ୍ଠାନ ମାନରେ ଉନ୍ନତି ଆଣିବ ଏବଂ ଆଇଆଇଏମ୍ କୋଲକାତାର ଶିକ୍ଷାଗତ ପରମ୍ପରାରେ ନୂଆ ଦିଗ ଯୋଡ଼ିବ । ଏହି ସମ୍ମାନଜନକ ଅନୁଷ୍ଠାନ ଭାରତୀୟ ମ୍ୟାନେଜମେଣ୍ଟରେ ନୂତନ ବେଞ୍ଚମାର୍କ ପ୍ରତିଷ୍ଠା କରିବ । ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ଆଇଆଇଏମ୍ ଗୁଡ଼ିକ ମଧ୍ୟରେ ନେତୃତ୍ୱ ନେବା ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.