ଭୁବନେଶ୍ୱର, ୦୨ ।୯– ହଙ୍ଗେରୀର ବୁଦାପେଷ୍ଟ ଠାରେ ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ଓଡ଼ିଆ ଆଥଲେଟ୍ କିଶୋର ଜେନା ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କିଶୋରଙ୍କ ପାଇଁ ଓଡ଼ିଶା ଆଜି ଗର୍ବିତ । ତାଙ୍କର ମନୋବଳ ଓ ସଫଳତା ଓଡ଼ିଶାର ଯୁବପିଢିଙ୍କୁ ଅନୁପ୍ରାଣୀତ କରିବ । ସଫଳତା ପାଇଁ କିଶୋରଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।