ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭବାନୀଙ୍କ ଶବକୁ ଗାଁ ମଶାଣି ମନା, ପରିବାରକୁ ବାସନ୍ଦ ନେଇ ଗାଁରେ ଉତ୍ତେଜନା

ନୀଳଗିରି, ୧୧/୨: ଭବାନୀଙ୍କ ଶବକୁ ଗାଁ ମଶାଣି ମନା । ତାଙ୍କୁ ହତ୍ୟା କରିଥିବା ଭାଇ ଭାଉଜ ସିନା ଧରାପଡ଼ିଛନ୍ତି ହେଲେ ତାଙ୍କ ବାପା ସାମିଲ ଥିବା ସନ୍ଦେହ ନେଇ ଗ୍ରାମବାସୀ ଗାଁ ମଶାଣି ବନ୍ଦ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ନୀଳଗିରି ଥାନା ଅଧିନ କାଂଶ ଗ୍ରାମର ଦୁଇ ଯୁବକ ଭବାନୀ ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କୁ ଭବାନୀଙ୍କ ବଡ଼ ଭାଇ ସୁପାରି କିଲର ଲଗାଇ ହତ୍ୟା କରିଥିବା ବେଳେ ୪ଦିନ ପରେ ମିତ୍ରପୁର ନିକଟ ପରିତ୍ୟକ୍ତ ଖାଦାନରୁ ଶବ ଉଦ୍ଧାର କରାଯାଇଥିଲା । ଏଭଳି ଘଟଣା ନେଇ ସାରା ଅଞ୍ଚଳବାସୀ ସ୍ତବ୍ଧ ପାଲଟିଯାଇଥିଲେ । 

ଗତକାଲି ଶବ ବ୍ୟବଚ୍ଛେଦ ପରେ ଦୁଇ ଶବ ଅନ୍ତେଷ୍ଟି କ୍ରିୟା ପାଇଁ ଗାଁକୁ ଯାଇଥିଲା । ମନୋରଞ୍ଜନଙ୍କ ଶବଦାହ କରିବାକୁ ଗାଁ ଲୋକେ ଅନୁମତି ଦେଇଥିବା ବେଳେ ଉକ୍ତ ହତ୍ୟା ଘଟଣା ଭବାନୀଙ୍କ ବାପା ସନ୍ତୋଷ ରାଉତ ମଧ୍ୟ ସାମିଲ ଥିବା ସନ୍ଦେହ କରି ଭବାନୀଙ୍କ ଶବକୁ ଗାଁ ଶ୍ମଶାନରେ ଦାହ କରିବାକୁ ବାରଣ କରାଯାଇଥିଲା । ଫଳରେ ସନ୍ତୋଷ ପୁଅ ଭବାନୀର ଶବ ପୁରୀ ସ୍ୱର୍ଗଦ୍ବାର ନେଇ ଶବ ସତ୍କାର କରିଥିବା ସୂଚନା ମିଳିଛି ।

ସେପଟେ ଗ୍ରାମବାସୀ ମାନେସନ୍ତୋଷ ରାଉତଙ୍କ ପରିବାରକୁ ବାସନ୍ଦ କରିବା ନେଇ ଆଲୋଚନା ହେବାରୁ ଗାଁରେ ଅଶାନ୍ତି ଦେଖା ଦେଇଥିଲା । ନୀଳଗିରି ଥାନାରେ ଆସି ଅଭିଯୋଗ ପହଁଞ୍ଚିବା ପରେ ଥାନାରେ ଗ୍ରାମବାସୀମାନେ ଡେରା ପକାଇଥିବା ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.