ଭୁବନେଶ୍ୱର, ୦୯/୧୧: ଦକ୍ଷିଣ ଉପକୂଳରେ ଗୁରୁବାରରୁ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ସପ୍ତାହରୁ ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ବଢ଼ିବ । ଏପରି ଆକାଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।
ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଗୁରୁବାର ରାତିରୁ ସର୍ବନିମ୍ନ ତାପମାତ୍ରା ଆସ୍ତେ ଆସ୍ତେ ବଢ଼ିବ । ଏହା ୧୧ ତାରିଖ ସୁଦ୍ଧା ୨.୫ ଡିଗ୍ରୀରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ୧୫ ତାରିଖରୁ ତାପମାତ୍ରା ସିଧା ୪ ଡିଗ୍ରୀ କମିବ । ତେଣୁ ଏହି ସମୟରେ ଶୀତ ବଢ଼ିବ । ସେହିପରି ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଶୀତ ଲୁଚକାଳି ଖେଳିବ । ପ୍ରଫେସର ପଶୁପାଳକ କୃଷିଭିତ୍ତିକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ନଦୀ ପଠାରେ ଆଳୁ ଲଗାଯାଇପାରିବ । ଏହା ସହ ମୁଗ, ବିରି, ଅଳସି, ବାଦାମ ଲଗାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ସବୁ ସ୍ଥାନରେ ଗେଣ୍ଡୁଫୁଲ ସହିତ ପନିପରିବା ଲଗାଇବାକୁ ପାଗ ଅନୁକୂଳ ଥିବା ସେ କହିଛନ୍ତି ।