ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମରଣୋତ୍ତର ଭାରତ ରତ୍ନ ପାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ମିଳେ କେଉଁ କେଉଁ ସୁବିଧା ?

Image Courtesy: AAJTAK

ନୂଆଦିଲ୍ଲୀ, ୦୯/୦୨: ଭାରତ ସରକାର ଆଜି ପିଭି ନରସିହ୍ମା ରାଓ, ଚୌଧୁରୀ ଚରଣ ସିଂହ ଏବଂ କୃଷି ବୈଜ୍ଞାନିକ ଏମ୍ଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ଏଥିସହ ୩ ମହାନ ବ୍ୟକ୍ତିଙ୍କ ଯୋଗଦାନ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

କୃଷକ ରାଜନେତା ତଥା ଭାରତବର୍ଷର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ତାଙ୍କ ସମ୍ପୂର୍ଣ୍ଣ ଜୀବନ ଦେଶ ଓ ଗ୍ରାମୀଣ ପରିବେଶର ମର୍ଯ୍ୟାଦା ପାଇଁ ବଞ୍ଚିଥିଲେ । ୧୯୮୭ ମେ ୨୯ରେ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ପିଭି ନରସିହ୍ମା ରାଓ ଥିଲେ ଭାରତର ନବମ ପ୍ରଧାନମନ୍ତ୍ରୀ । ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୪ ଡିସେମ୍ବର ୨୩ରେ ୮୩ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । ସେହିଭଳି ସବୁଜ ବିପ୍ଳବର ଜନକ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନ ୨୦୨୩ ସେପ୍ଟେମ୍ବର ୨୮ରେ ୯୩ ବର୍ଷ ବୟସରେ ନେଇଥିଲେ ଅନ୍ତିମ ନିଶ୍ୱାସ ।

ଭାରତ ରତ୍ନ ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । ଏହି ସମାନ ରାଷ୍ଟ୍ରୀୟ ସେବା ଯେଭଳି କଳା, ସାହିତ୍ୟ, ବିଜ୍ଞାନ, ସାର୍ବଜନୀନ ସେବା ଓ ଖେଳ ଲାଗି ଦିଆଯାଏ । ୨୦୧୧ ମସିହା ପୂର୍ବରୁ କେବଳ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ଯୋଗଦାନ ପାଇଁ ଦିଆ ଯାଉଥିଲା ଭାରତ ରତ୍ନ ।

ଆସନ୍ତୁ ଜାଣିବା ମରଣୋତ୍ତର ଭାରତ ରତ୍ନ ମିଳିଲେ କଣ ହୁଏ ? ଭାରତ ରତ୍ନ ମିଳିବା ପରେ ମିଳେ କଣ କଣ ସୁବିଧା ? ପରିବାର ସଦସ୍ୟ କେଉଁ କେଉଁ ସୁବିଧା ପାଆନ୍ତି ?

ଭାରତ ରତ୍ନ ସମ୍ମାନରେ ଏକ ପଦକ ସହ ପ୍ରଶଂସା ପତ୍ର ଦିଆଯାଏ । ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତିଙ୍କୁ ଭାରତର ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ଥିବା ସାର୍ଟିଫିକେଟ୍ ଏବଂ ଏକ ପ୍ରାଚୀନ ପଦକ ମିଳେ । ଏହି ପଦକ ଅଶ୍ୱତ୍ଥ ଗଛର ପତ୍ର ଆକାରର ହୋଇଥାଏ । ଯାହାର ଲମ୍ବ ୫.୮ ସେଣ୍ଟିମିଟର, ଚଉଡ଼ା ୪.୭ ସେଣ୍ଟିମିଟର ଏବଂ ମୋଟେଇ ୩.୧ ମିଲିମିଟର । ଏହା ତମ୍ବାରେ ତିଆରି ହୋଇଥାଏ । ଏଥିରେ ଚମକୁଥିବା ସୂର୍ଯ୍ୟ ରହିଥିବା ବେଳେ ତଳେ ହିନ୍ଦୀରେ ଲେଖା ଯାଇଥାଏ ଭାରତ ରତ୍ନ ।

କଣ ସୁବିଧା ମିଳେ ?

ଅନ୍ୟ ପୁରସ୍କାର ଭଳି ଭାରତ ରତ୍ନ ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ରାଶି ଦିଆଯାଏ ନାହିଁ । ତେବେ ଅନେକ ପ୍ରକାର ସୁବିଧା ଦିଆଯାଏ । ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତି କୌଣସି ରାଜ୍ୟକୁ ଗଲେ ସେଠାକାର ସରକାର ରାଜ୍ୟ ଅତିଥି ଭାବେ ସ୍ୱାଗତ କରିଥାନ୍ତି ।
ପରିବାରକୁ କଣ ମିଳେ ?

ତାଙ୍କ ପରିବାର ସଦସ୍ୟ ଯେଭଳି ସ୍ୱାମୀ ଅଥବା ସ୍ତ୍ରୀ ଏବଂ ଛୁଆଙ୍କୁ ରାଜ୍ୟ ସରକାର ଅତିଥିଙ୍କୁ ଦିଆ ଯାଉଥିବା ସୁବିଧା ଯୋଗାଇ ଦିଅନ୍ତି । ବ୍ୟକ୍ତିଗତ କର୍ମଚାରୀ ଓ ଡ୍ରାଇଭର ମିଳିଥାଏ । ତେବେ ପରିବାର ଲାଗି ସୁବିଧା ନେଇ କୌଣସି ପ୍ରକାରର ଲିଖିତ ନିର୍ଦ୍ଦେଶ ଜାରି କରାଯାଇ ନାହିଁ ।

ଯଦି କୌଣସି ମହାନ୍ ବ୍ୟକ୍ତିଙ୍କୁ ମରଣୋତ୍ତର ଭାରତ ରତ୍ନ ମିଳେ ତ ମୌଖିକ ଭାବେ ଭାରତ ରତ୍ନରେ ସମ୍ମାନିତ କରାଯାଇଥିବା ଗ୍ରହଣ କରାଯାଏ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦର ୧୮(୧) ଅନୁସାରେ, ଭାରତ ରତ୍ନ ସମ୍ମାନ ପାଇଥିବା ବ୍ୟକ୍ତି ତାଙ୍କ ବାୟୋଡାଟା, ଭିଜିଟିଂ କାର୍ଡ, ଲେଟର୍ ପ୍ୟାଡ ଆଦିରେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ଲେଖି ପାରିବେ । କିନ୍ତୁ ନାଁରେ ଭାରତ ରତ୍ନ ଯୋଡ଼ି ପାରିବେ ନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.