ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଆହତ

ଖୋର୍ଦ୍ଧା, ୦୩/୦୨ : ହାଇୱା ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଆହତ। ଖୋର୍ଦ୍ଧା ଜିଲ୍ଲା ବାଘମାରୀ ୪୮ ନଂ ରାଜ୍ଯ ରାଜପଥରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି।

ସୂଚନାନୁଯାୟୀ, ଶନିବାର ସକାଳ ୯ଟାରେ ବଡମ୍ବା ଥାନା ଗୋପ ମଥୁରା ଗ୍ରାମର ଦମ୍ପତି ଗଣେଶ୍ୱର ଲେଙ୍କା ଓ ପ୍ରମିଳା ଲେଙ୍କା ନିଜ ସ୍କୁଟିରେ ଖୋର୍ଦ୍ଧା ଅଭିମୁଖ ଆସୁଥିଲେ। ବାଘମାରୀ ନିକଟରେ ଏକ ବାଲି ବୋଝେଇ ହାଇଓ୍ବା ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚଳାଉଥିବା ସ୍ବାମୀ ରାସ୍ତା କଡକୁ ଛିଟିକି ପଡିଥିବା ବେଳେ ସ୍ତ୍ରୀ ଚକା ତଳେ ପଡିଯାଇଥିଲେ। ହାଇୱାଟି ନଅଟକି ପ୍ରମିଳାଙ୍କୁ ୨୦ ମିଟର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ହିଁ ପ୍ରମିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ହାଇଓ୍ବା ଡ୍ରାଇଭର ଗାଡି ଛାଡି ଚମ୍ପଟ ମାରିଥିବା ବେଳେ ଗ୍ରାମବାସୀ ଆହାତ ଗଣେଶ୍ୱରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇ ରାସ୍ତାରୋକ କରିଛନ୍ତି। ଖବର ପାଇ ବେଗୁନିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ବାଘମାରୀ କଣ୍ଟିଲୋ ୪୮ ନଂ ରାଜ୍ଯ ରାଜପଥ ପାଲଟିଛି ମରଣଯନ୍ତା। ରାସ୍ତା କାର୍ଯ୍ୟ ନାମରେ ଠିକା ସଂସ୍ଥା ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଅଧାପାନ୍ତରିଆ କରି ଛାଡି ଯାଇଛି । ଯାହା ଫଳରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି । ବିଶେଷ କରି ଏହି ରାସ୍ତାରେ ପ୍ରତିଦିନ ବହୁ ସଂଖ୍ଯାରେ ବାଲି ବୋଝେଇ ହାଇଓ୍ବା ଯାତାୟତ କରୁଥିବାରୁ ଯାତ୍ରୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.