ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ବାପ ଛେଉଣ୍ଡ ଶିଶୁର ଚିକିତ୍ସାରେ ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ ଯୁବକ

କାଶୀପୁର, ୦୭/୦୯ : ଗରିବ ଶିଶୁର ଚିକିତ୍ସାରେ ସହାୟତାର ହାତ ବଢାଇ ମାନବିକତାର ପରିଚୟ ଦେଲେ କାଶୀପୁର ବ୍ଲକ ସଦର ବାସିନ୍ଦା ମିଥୁନ। କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ଜଣେ ପୀଡିତ ଶିଶୁଙ୍କ ପାଇଁ ସେ ଆମ୍ବୁଲାନ୍ସ ଭଡ଼ା ଦେଇ ସହାୟତା କରିଛନ୍ତି । 

କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଶି ପଞ୍ଚାୟତ ସଦର ବାସିନ୍ଦା (ମୃତ)ଡାବୁ ମାଝୀଙ୍କ ଝିଅ ପଶ୍ମିତା ମାଝି(୧୩)ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା। ବିଧବା ମାଆ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ସିଏଚସି ସରକାରୀ ଆମ୍ବୁଲାନ୍ସ  ନଥିବାରୁ ପ୍ରାଇଭେଟ ଆମ୍ବୁଲାନ୍ସ କୁ ଭଡ଼ାକରି ପିଡିତାକୁ କୋରାପୁଟ ନେବାରେ ପରିବାର ଲୋକେ ଅଡୁଆରେ ପଡ଼ିଥିଲେ। ଗରିବ ଶିଶୁଟିକୁ କୋରାପୁଟ ନେବାରେ ଆର୍ଥିକ ପ୍ରତିବନ୍ଧକ ସାଜିଥିବା ଖବର ପାଇ ସ୍ୱେଚ୍ଛାସେବୀ ଯୁବକ ମିଥୁନ ନାଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆମ୍ବୁଲାନ୍ସ ର ସୁବିଧା କରି ଥିଲେ। ମିଥୁନଙ୍କ ବଦନ୍ୟତାକୁ ସାଧାରଣରେ ପ୍ରଶଂସା କରାଯାଉଛି । ପୂର୍ବରୁ ସେ ବହୁବାର ଲୋକଙ୍କୁ ସାହାଯ୍ୟ କରିଛନ୍ତି ।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.