ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଫାର୍ମାସୀ ବୃତ୍ତିରେ ସେବା, ତ୍ୟାଗ ଜରୁରୀ

ଭୁବନେଶ୍ବର,୨୬।୨ : କଣ୍ଟାପଡା ବ୍ଲକ୍ ସୁନ୍ଦରଗ୍ରାମସ୍ଥିତ ଦଧିଚି କଲେଜ୍‌ର ଦୁଇ ଦିନିଆ ୟୁଥ୍ ଫାର୍ମା – ୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ଦଧିଚି ସମୂହ ଶିକ୍ଷାନୁଷ୍ଠାନ ଚେୟାର୍‌ମ୍ୟାନ୍ ଡ଼ଃ. ମନୋଜ କୁମାର ଦାଶ, ମ୍ୟାନେଜିଙ୍ଗ ଟ୍ରଷ୍ଟି ବବିତା ଦାଶ, ମୁଖ୍ୟ ଅତିଥି ଡ଼ଃ ମଣ୍ଟୁ କୁମାର ଏମ୍ ପଟେଲ୍‌, ପ୍ରେସିଡେଣ୍ଟ ଫାର୍ମାସୀ କାଉନ୍‌ସେଲିଙ୍ଗ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ, ମୁଖ୍ୟବକ୍ତା ଡ଼ଃ ଏ.କେ.ନାସା ପ୍ରୋ ଭାଇସେନ୍‌ଲର ଏସ୍‌ଜିଟି ୟୁନିଭର୍‌ସିଟି ଅଫ୍ ଇସି ମେମ୍ବର ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ନୂଆ ଦିଲ୍ଲୀ , ପ୍ରମୁଖ ଅତିଥି ପ୍ରଫେସର ଡ଼ଃ ବ୍ରଜ କିଶୋର ଦାସ ଆଡିସିନାଲ୍ ଡି.ଏମ୍‌.ଇ.ଟି ଓଡିଶା,  ସମ୍ମାନୀତ ଅତିଥି  ଭାବେ ଧର୍ମେନ୍ଦ୍ର ସିଂ, ଇସି ମେମ୍ବର ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ଏବଂ ଡ଼ଃ ସୁବାଷ ଚନ୍ଦ୍ର ମହାପାତ୍ର ଡାଇରେକ୍ଟର ରେଗୁଲେଟିଙ୍ଗ ଆଫାୟରସ୍ ନୋୱାରଡେମ୍‌, ହାଇଦ୍ରାବାଦ୍ ଯୋଗ ଦେଇଥିଲେ। ଏଥିରେ ଫାର୍ମାସୀ ବୃତ୍ତି କୁ ଆଗେଇ ନେବା ପାଇଁ ଯୁବ ଫାର୍ମାସିଷ୍ଟ ମାନଙ୍କ ପ୍ରମୁଖ ଅବଦାନ ରହିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ  । ଯୁବ ପୀଢିକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିକଟ ଭବିଷ୍ୟତରେ ଆସିବାକୁ ଯାଉଥିବା ସମସ୍ୟାର ନିରାକରଣ ସମ୍ବନ୍ଧରେ ମାର୍ଗ ଦର୍ଶାଇଥିଲେ । 

ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ୟୁଥ୍ ଲିଡର୍‌ସିପ୍ କନ୍‌ଫରେନ୍ସ ଏବଂ ଇଣ୍ଡଷ୍ଟ୍ରି ଏକାଡେମିଆ ଇଣ୍ଟର୍‌ଫେସ୍ ରେ ଭୁବନେଶ୍ୱର ପୂର୍ବତନ ବିଧାୟକ   ପ୍ରିୟଦର୍ଶୀ ମିଶ୍ର, ଆଡିସିନାଲ୍ ଡ୍ରଗ୍ କଣ୍ଟ୍ରୋଲ୍‌ର ଓଡିଶା ଡ଼ଃ ସୁଦର୍ଶନ ବିଶ୍ୱାଳ,  ପ୍ରେସିଡେଣ୍ଟ ଆଇ.ଏଚ.ପି.ଏ ଓଡିଶା ଡ଼ଃ ଯସ୍ମୀନ୍ ପଣ୍ଡା, ପ୍ରିନ୍ସପାଲ୍‌ ସାଇପର୍‌ ସନ୍ତୋଷ ବଳ, ପ୍ରିନ୍ସପାଲ୍ ସାଇନ୍ ଭୁବନେଶ୍ୱର ପ୍ରଫେସର ରଘୁନାଥ ସାହୁ, ବିପିୟୁଟି ଆଣ୍ଡ୍ ଓୟୁଏଚ୍‌ଏସ୍ ଡିନ୍ ଫାର୍ମାସୀ  ପ୍ରଫେସର ଏସ୍‌.କେ. ମହାପାତ୍ର, ଯୋଗଦେଇଥିଲେ।  ଓଡିଶାର ବିଭିନ୍ନ କୋଣାନୁକୋଣ ରୁ ଅଂଶ ଗ୍ରହଣ କରିଥିବା ଫାର୍ମାସୀ ଛାତ୍ର ଛାତ୍ରୀ,ଅଧ୍ୟାପକ ଅଧ୍ୟାପିକା, ରିସର୍ଚ୍ଚ ସ୍କୋଲାର୍ ମାନଙ୍କୁ ବିକଶିତ ଭାରତ ୨୦୪୭ କର୍ନସନିଙ୍ଗ ଟୁ ହେଲ୍ପ ଆଣ୍ଡ୍ ଫାର୍ମାସିୟୁଟିକାଲ୍ କେୟାର୍ ଏବଂ ବ୍ରିଜିଙ୍ଗ ଦ ଗ୍ୟାପ୍ ବିଟୁୟିନ୍ ଇଣ୍ଡଷ୍ଟ୍ରି ଆଣ୍ଡ ଏକାଡେମିଆ ବିଷୟ ବସ୍ତୁ ଉପରେ ଉଦ୍‌ବୋଧିତ କରିଥିଲେ । ଆୟୋଜିତ ୟୁଥ୍ ଲିଡର୍‌ସିପ୍ କନ୍‌ଫରେନ୍ସରେ ବିଭିନ୍ନ ଫାର୍ମାସୀ କଲେଜର ୟୁଥ୍ ଷ୍ଟୁଡେଣ୍ଟ ଲିଡର ମାନେ ଅଂଶ ଗ୍ରହଣ କରି ନିଜ ନିଜ ମତବ୍ୟକ୍ତ କରିବା ସହ ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଏକଜୁଟ ହୋଇ ହେଲ୍‌ଥ କେୟାର୍ ସେକ୍ଟର ରେ ଆସୁଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଛାତ୍ର ସମାଜକୁ ବାର୍ତ୍ତା ଦେଇଥିଲେ । ଇଣ୍ଟେଲେକ୍‌ଚୁଆଲ୍ ସିମ୍ପୋଜିୟମ୍‌ରେ ହେଲ୍‌ଥ କେୟାର୍ ସିଷ୍ଟମ୍‌ର ସରକାରୀ ଓ ବେସରକାରୀ ପ୍ରତିନିଧି, ବିଭିନ୍ନ ଫାର୍ମାସୀ ଆସୋସିଏସନ୍‌ର ମୁଖ୍ୟ ଫାର୍ମାସୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବୃନ୍ଦ, ୟୁଥ୍ ଷ୍ଟୁଡେଣ୍ଟ ଲିଡର ଫାର୍ମାସୀ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ର ପ୍ରେସିଡେଣ୍ଟ ଏବଂ ଇସି ମେମ୍ବର ମାନଙ୍କ ଉପସ୍ଥିତି ରେ ଏକ ସୁସ୍ଥ ସମାଜ ଗଠନ ପାଇଁ ଆବଶ୍ୟକୀୟ ତଥ୍ୟ ଏବଂ କାର୍ଯ୍ୟଶୈଳୀ ଉପରେ ଚର୍ଚ୍ଚା କରିଥିଲେ । ସରକାରଙ୍କ ପାଖରେ ନିବେଦନ ଏବଂ ଉପଯୁକ୍ତ ତଥ୍ୟ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରଜତ କୁମାର କର ସୂଚନା ଦେଇଥିଲେ । ସହ ସଙ୍ଗଠକ ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଫେସର ଶୋଭବିକାଶ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । 

କାର୍ଯ୍ୟକ୍ରମର ସଂଯୋଜକ ଅନିତା ସାହୁ ଙ୍କର ତତ୍ତ୍ୱାବଧାନରେ ସବୁ ବିଭାଗର କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ହୋଇପାରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମୁଖ୍ୟ ତଥା ଡ଼ଃ. ସତ୍ୟବ୍ରତ ସାହୁ, ଡ଼ଃ. ଦୁର୍ଗା ଚରଣ ସାହୁ, ଡ଼ଃ. ସନ୍ତୋଷ କୁମାର ପଣ୍ଡା, ଶ୍ରୀଯୁକ୍ତ ଦେବାନନ୍ଦ ଚମ୍ପତିସିଂହ, ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦାସ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଅନୁଷ୍ଠାନର ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ସୀମାଞ୍ଚଳ ପଣ୍ଡା, ବାସୁଦେବ ବିଶ୍ୱାଳ, ପ୍ରଭାତ କୁମାର ପାଢୀ ଏବଂ ସଂଗ୍ରାମ ପଟ୍ଟନାୟକ ସହଯୋଗ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା, ଛାତ୍ର ସ୍ୱେଛାସେବୀ ଏବଂ ଅନ୍ୟ କର୍ମଚାରୀ ଙ୍କ ସହାୟତାରେ କାର୍ଯ୍ୟକ୍ରମଟି ଉପଯୁକ୍ତ ଭାବେ ସମ୍ପୂର୍ଣ୍ଣ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.