ପ୍ରମୁଖ ଖବର
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଶୋଇବା ପୂର୍ବରୁ ଖାଆନ୍ତୁ ଏହି ଫଳ , କୁମ୍ଭକର୍ଣ୍ଣ ଭଳି ନିଦ ପାଇବେ ...

ନୂଆଦିଲ୍ଲୀ :  ଦେଶ ଦୁନିଆରେ ଅନେକ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି। ଭଲ ନିଦ ପାଇଁ ଲୋକେ ଅନେକ ପ୍ରକାରର ପ୍ରୟାସ ଆପଣାନ୍ତି। ଏବେ ଏମିତି ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଏହାପରେ ତାଙ୍କର ଏହି ସମସ୍ୟା ଦୂର ହୋଇଯିବ। ସ୍ଲିପ୍‌ ସପୋର୍ଟ ସହ ଜଡ଼ିତ ଏକ ଚ୍ୟାରିଟିର ଦାବି ଉପରେ ଯଦି ବିଶ୍ୱାସ କରାଯାଏ ତ ନିଦର ସମସ୍ୟାରୁ ବର୍ତ୍ତିବା ପାଇଁ ଗୋଟିଏ ଫଳ ଖୁବ୍‌ ଭଲ ବିକଳ୍ପ। 

ସ୍ଲିପ୍‌ ଚ୍ୟାରିଟି ଭଲ ଗୁଣବତ୍ତା ଥିବା ନିଦ କେମିତି ପ୍ରାପ୍ତ କରିବ , ଏଥିପାଇଁ ନିଜର ମୁଖ୍ୟ ୫ ପରାମର୍ଶ ଜାରି କରିଛି, ଯେଉଁଥିରେ ଶେଯକୁ ଯିବାକୁ କିଛି ସମୟ ପୂର୍ବରୁ ଫଳର ସେବନ ସୂଚୀର ସବୁଠୁ ଉପରେ। ତାଲିକା ଅନୁସାରେ , ଖାଇବା ପାଇଁ ଯେଉଁ ଫଳ ବିଷୟରେ କୁହାଯାଇଛି ,ତାହା ହେଉଛି କଦଳୀ। କଦଳୀରେ ମ୍ୟାଗ୍ନେସିୟମ୍‌ ଓ ପୋଟାସିୟମର ପରିମାଣ ଅଧିକ ଥାଏ। ଏହି ଦୁଇ ତତ୍ତ୍ୱ ମଣିଷ ଶରୀରରେ ଉତ୍ପନ୍ନ ଉତ୍ତେଜନାକୁ ହ୍ରାସ କରିବାରେ ସହାୟକ ହୋଇଥାଏ, ଯାହା ମାଂସପେଶୀ ଗୁଡ଼ିକୁ ଆରାମ ଦେବାରେ ସାହାଯ୍ୟ କରିଥାଏ। 

କଦଳୀରେ ଆମିନୋ ଏସିଡ୍‌ ଟ୍ରିପ୍ଟୋଫ୍ୟାନ ମଧ୍ୟ ଥାଏ , ଯାହା ମସ୍ତିଷ୍କକୁ ଶାନ୍ତ କରୁଥିବା ହର୍ମୋନର ଉତ୍ପାଦନକୁ ଉତ୍ତେଜିତ କରିଥାଏ। ଚ୍ୟାରିଟିରେ ଏହା ବି କୁହାଯାଇଛି କି , କଦଳୀ ଏକ ଏମିତି ଫଳ , ଯାହା ମେଲାଟୋନିନର ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ, ଯାହା ଆପଣଙ୍କ ଭଲ ନିଦରେ ଏତ ବଡ଼ ଭୂମିକା ନିଭାଇ ଥାଏ। ସ୍ୱାସ୍ଥ୍ୟ ଓ ରୋଗରେ ଆଣ୍ଟିଅକ୍ସିଡେଣ୍ଟର ବିଶେଷ ଅଙ୍କରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଫଳରୋ ଅଙ୍ଗୁର , ଟାର୍ଟ ଚେରୀ ଓ ଷ୍ଟ୍ରବେରୀ ମେଲାଟୋନିନର ସବୁଠୁ ଭଲ ଉତ୍ସ ଅଟେ।

ଚ୍ୟାରିଟି ଅନୁସାରେ, କେବଳ ଫଳ ନୁହେଁ ,ବାଦାମ , ମାଛ , ପୂର୍ଣ୍ଣ ଶସ୍ୟ ଓ ପନିର ସହ ଓଟକେକ୍ ସେହି ଜିନିଷ , ଯାହା ବ୍ୟକ୍ତିଙ୍କୁ ଉତ୍ତେଜନା ମୁକ୍ତ କରିଥାଏ ଏବଂ ବ୍ୟକ୍ତି  ଭଲ ନିଦ ଯାଇଥାଏ। ସେପଟେ ଏହା ବି କୁହାଯାଇଛି କି, ବ୍ରେଡ୍‌ , ପାସ୍ତା ଓ ରାଇସ୍‌ ଭଳି ଉଚ୍ଚ କାର୍ବୋହାଇଡ୍ରେଟ୍‌ ଯୁକ୍ତ ଖାଦ୍ୟ ପଦାର୍ଥ ଆପଣଙ୍କ ଏସିଡ୍‌ ଉତ୍ପାଦନକୁ ଉତ୍ତେଜିତ କରିପାରେ। ଯେଉଁ କାରଣରୁ ବ୍ୟକ୍ତିଙ୍କୁ ଶୋଇବାରେ ଅସୁବିଧା ହେବ।

ଏହା ବ୍ୟତୀତ ଏହା ବି କୁହାଯାଇଛି କି ଯଦି ଆପଣ ଅଧିକ ଚକୋଲେଟ୍‌ ଖାଉଥାନ୍ତି ତ ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସମସ୍ୟାର ସାମନା କରିବାକୁ ପଡ଼ିବ ଏବଂ ଏଥିରେ ଆପଣଙ୍କର ନିଦ ପ୍ରଭାବିତ ହେବ । ସ୍ଲିପ୍‌ ଚ୍ୟାରିଟିର ଡେପୁଟୀ ସିଇଓ , ଲିସା ଆର୍ଟିସ କହିଛନ୍ତି , ସୁସ୍ଥ ଓ ଖୁସିର ଜୀବନ ଜିଇଁବା ପାଇଁ ନିଦ ଖୁବ୍‌ ମହତ୍ତ୍ୱପୂଣ୍ଣ ଏବଂ ଆମେ ଚାହୁଁଛୁ କି ସମସ୍ତେ ଏହି ଭାବନାକୁ ସେୟାର କରନ୍ତୁ ଏବଂ ସନ୍ତୁଳନ ଓ ସୁସ୍ଥ ଜୀବନଶୈଳୀର ଅଙ୍ଗ ଭାବେ ନିଦର ମହତ୍ତ୍ୱକୁ ବୁଝନ୍ତୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.