ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ନଦୀରେ ପଶିଲା କାର୍‌, ଗୁଗଲ ମ୍ୟାପ୍‌ ଜରିଆରେ ରାସ୍ତା ଖୋଜିବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା

କେରଳ ୦୧/୦୭: ଆଜିକାଲି କୌଣସି ନୂଆ ସ୍ଥାନକୁ ଯାଉଥିବା ସମୟରେ ରାସ୍ତା ଖୋଜିବା ଲାଗି ଗୁଗଲ ମ୍ୟାପ୍‌ର ସହାୟତା ନେବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଗୁଗଲ ମ୍ୟାପ୍‌ ଜରିଆରେ ରାସ୍ତା ଖୋଜିବା କେରଳର ଦୁଇଜଣ ଯୁବକଙ୍କୁ ମହଙ୍ଗା ପଡି଼ଛି । କାସରଗୋଡ୍‌ ଜିଲ୍ଲାର ପଲାନଚି ନିକଟରେ ସେମାନଙ୍କର ଗାଡି଼ ଏକ ବନ୍ୟା ପ୍ଲାବିତ ନଦୀ ମଧ୍ୟକୁ ପଶିଯାଇଥିବାବେଳେ ଅଳ୍ପକେ ଯୁବକମାନଙ୍କର ଜୀବନରକ୍ଷା ହୋଇଛି । ଘଟଣାଟି ଗୁରୁବାର ଘଟିଥିବାବେଳେ ତାର ଭିଡିଓ ଆଜି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । 

ସେଦିନ ଭୋର୍‌ରୁ ଅବଦୁଲ୍‌ ରସିଦ୍‌ ଓ ଏ ତଶରିଫ୍‌ କର୍ଣ୍ଣାଟକର ଏକ ହସ୍ପିଟାଲ ଅଭିମୁଖେ ବାହାରିଥିଲେ । ରସିଦ୍‌ ଗୁଗଲ ମାପ୍‌ ଦେଖି ଗାଡ଼ି ଚଳାଉଥିଲେ । ତାଙ୍କ ଅନୁସାରେ, ଗୁଗଲ୍‌ ମ୍ୟାପ୍‌ ଆମକୁ ଏକ ଅଣଓସାରିଆ ରାସ୍ତା ଦେଖାଇଲା । ଆମେ ତା’ ମଧ୍ୟରେ ଗାଡି଼ ପୂରାଇଦେଲୁ । ତେବେ ପରବର୍ତ୍ତୀ ସମୟରେ କାର୍‌ର ହେଡ୍‌ଲାଇଟ୍‌ ଯୋଗେ ଆଗରେ ପାଣି ଥିବା ଦେଖିବାକୁ ପାଇଲୁ । ପ୍ରକୃତରେ ତାହା ଏକ ନଦୀ ମଧ୍ୟରେ ନିର୍ମିତ ପୁରୁଣା ପୋଲ ଥିଲା । ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବଢ଼ି ପୋଲ ଉପରେ ପାଣି ଚାଲୁଥିଲା । ପୋଲର ଦୁଇ ପାଶ୍ୱର୍ରେ କୌଣସି ରେଲିଂ ନଥିଲା । ଅନ୍ଧାର ଅଧିକ ଥିବାରୁ କେତେବେଳେ ଆମର କାର୍‌ ନଦୀ ଗର୍ଭକୁ ଖସି ପଡ଼ିଲା ତାହା ଆମେ ଜାଣିପାରିଲୁ ନାହିଁ । ଏହାପରେ ପାଣି ସୁଅରେ ଆମ କାର୍‌ ଭାସିବା ଆରମ୍ଭ କଲା । ପରବର୍ତ୍ତୀ ସମୟରେ ସୌଭାଗ୍ୟକୁ ତାହା ନଦୀ କୂଳରେ ଥିବା ଏକ ଗଛରେ ଫସିଗଲା । ଏହାପରେ ଆମେ ଗାଡ଼ିର ଝରକା ଦେଇ କୌଣସି ମତେ ବାହାରି ଆସିଲୁ । ସଂପର୍କୀୟମାନଙ୍କୁ ଫୋନ୍‌ରେ ଏ ସଂପର୍କରେ କହିବା ପରେ ସେମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେଲେ । ଅଗ୍ନିଶମ ବାହିନୀର ଅଧିକାରୀମାନେ ଦଉଡି଼ ସାହାଯ୍ୟରେ ଆମକୁ ଉଦ୍ଧାର କଲେ । ଆମେ କେବେହେଲେ ବଞ୍ଚିବୁ ବୋଲି ଭାବିନଥିଲୁ । ଏହା ଆମ ପାଇଁ ପ୍ରକୃତ ଅର୍ଥରେ ପୁନର୍ଜନ୍ମ । 

ସୂଚନାଥାଉକି, ଦୁର୍ଘଟଣା ଘଟିଥିବା ସ୍ଥାନଠାରୁ ୫୦୦ ମିଟର ଦୂରରେ ଏକ ନୂଆ ପୋଲ ୪ ବର୍ଷ ତଳୁ ତିଆରି ହୋଇଛି । କିନ୍ତୁ ଗୁଗଲ ମ୍ୟାପ୍‌ ସେହି ପୁରୁଣା ପୋଲକୁ ଦର୍ଶାଉଛି । ଅନ୍ୟପଟେ ଗୁଗଲ ମ୍ୟାପ୍‌ ଯୋଗୁ ଲୋକେ ଭ୍ରମିତ ହେବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଗତମାସରେ ହାଇଦ୍ରାବାଦର କିଛି ପର୍ଯ୍ୟଟକ ଗୁଗଲ୍‌ ମ୍ୟାପ୍‌ ବ୍ୟବହାର କରି କୋଟ୍ଟାୟମ୍‌ ନିକଟରେ ଏକ ନଦୀ ମଧ୍ୟରେ ପଶିଯାଇଥିଲେ ।

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.