ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଜାମିନ, ମଦ ଦୁର୍ନୀତି ମାମଲାରେ ୬ ମାସ ପରେ ଜେଲ୍ରୁ ଆସିବେ

ନୂଆଦିଲ୍ଲୀ,୨।୪:  ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ୍। ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ମଙ୍ଗଳବାର ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୬ ମାସ ହେବ ଜେଲ୍‌ରେ ଥିଲେ। କୋର୍ଟଙ୍କ ରାୟ ଅନୁସାରେ, ସଞ୍ଜୟ ସିଂହ ରାଜନୈତିକ ଗିତିବିଧିରେ ମଧ୍ୟ ଭାଗ ନେଇପାରନ୍ତି। ତେବେ କୋର୍ଟ   ଜାମିନ୍ ଦେବା ସହିତ ସଞ୍ଜୟଙ୍କ ଆଗରେ ଏକ ସର୍ତ୍ତ ରଖିଛନ୍ତି। ତାହା ହେଲା ସେ ମଦ ଦୁର୍ନୀତି ମାମଲାରେ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ। 

ସୁପ୍ରିମକୋର୍ଟରେ ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ନ୍ୟାୟମୂର୍ତ୍ତି ଦୀପଙ୍କର ଦତ୍ତ ଓ ନ୍ୟାୟମୂର୍ତ୍ତି ପିବି ଭରାଲେଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଥିଲେ। ଖଣ୍ଡପୀଠ ଇଡିଙ୍କୁ ପଚାରିଥିଲେ ଏବେ ସଞ୍ଜୟ ସିଂହଙ୍କୁ ଜେଲ୍‌ରେ ରଖିବା ଦରକାର କି ନାହିଁ ? କୋର୍ଟଙ୍କୁ ସଞ୍ଜୟ ସିଂହଙ୍କ ଓକିଲ କହିଥିଲେ, ମନି ଲଣ୍ଡରିଂ ଏବଂ ମନି ଟ୍ରେଲ୍‌ ମାମଲାର କୌଣସି ପ୍ରମାଣ ମିଳିନି। ଏହାପରେ ବି ସଞ୍ଜୟ ସିଂହ ୬ ମାସ ଜେଲ୍‌ରେ ରହିଲେ। କୁହାଯାଉଛି ଯେ, ମାମଲାର ଶୁଣାଣି ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ କହିଛନ୍ତି, ସଞ୍ଜୟ ସିଂହଙ୍କୁ ବେଲ୍‌ ଦିଆଯିବା ନେଇ ତଦନ୍ତକାରୀ ଏଜେନ୍ସିଙ୍କୁ କୌଣସି ଆପତ୍ତି ନାହିଁ। ଏହାପରେ ଖଣ୍ଡପୀଠ ସଞ୍ଜୟ ସିଂହଙ୍କୁ ଜାମିନ୍ ପ୍ରଦାନ କରି କହିଛନ୍ତି କୋର୍ଟ ମେରିଟ୍ ଆଧାରରେ କିଛି ବି ବ୍ୟକ୍ତ କରିନାହାନ୍ତି।

ସଞ୍ଜୟ ସିଂହଙ୍କୁ ଇଡି ଗତ ବର୍ଷ ୪ ଅକ୍ଟୋବରରେ ଗିରଫ କରିଥିଲା। ହାଇକୋର୍ଟରେ ଇଡି ଆପ୍‌ ସାଂସଦଙ୍କ ଜାମିନ୍ ଆବେଦନକୁ ବିରୋଧ କରିଥିଲା। ସଞ୍ଜୟ ସିଂହ ଏହି ଆଧାରରେ ଜାମିନ୍ ମାଗିଥିଲେ ଯେ, ସେ ତିନି ମାସରୁ ଅଧିକ ସମୟ ହେବ କଷ୍ଟଡିରେ ଅଛନ୍ତି ଓ ଏହି ଅପରାଧରେ ତାଙ୍କର କୌଣସି ଭୂମିକା ନାହିଁ। ସଞ୍ଜୟଙ୍କ ମା’ ରାଧିକା ତାଙ୍କ ଜାମିନ୍ ମିଳିବା ପରେ ଖୁସି ପ୍ରକାଶ କରିବା ସହ କହିଛନ୍ତି, ମିଛ କେସ୍‌ରେ ଗିରଫ କରାଯାଇଥିଲା। ସଞ୍ଜୟ ସିଂହଙ୍କୁ ଜାମିନ୍ ମିଳିବା ପରେ ଏହା ଆପ୍‌ର ଅନ୍ୟ ନେତାଙ୍କ ପାଇଁ ନିହାତି ପକ୍ଷେ ଏକ ଆଶ୍ବସ୍ତିକର ଖବର ହୋଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.