ବାଙ୍ଗିରିପୋଷି, ୪/୩ : ଦ୍ୱାରାଶୁଣୀ ଘାଟିରେ ପୁଣି ଦୁର୍ଘଟଣା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରାଶୁଣୀ ଘାଟିର ୪୯ ନମ୍ବର ଜାତୀୟ ରାଜପଥରେ ବ୍ରେକ୍ ଫେଲ ଯୋଗୁ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି।
ସୂଚନାନୁଯାୟୀ, ନାସିକରୁ ପଶ୍ଚିମବଙ୍ଗକୁ ଏକ ଟ୍ରକ୍ ପିଆଜ ବୋଝେଇ କରି ଯାଉଥିବା ବେଳେ ଦ୍ୱାରାଶୁଣୀ ଘାଟିରେ ବ୍ରେକ୍ ଫେଲ ହୋଇ ଘାଟି ତଳକୁ ଖସି ଯାଇଥିଲା। ଦୁର୍ଘଟଣାରେ ଡ୍ରାଇଭର ସୁସ୍ଥ ଥିବା ବେଳେ ହେଲପର ସାମସାଦ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।