ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ହାରିକି ହୃଦୟ ଜିଣିଲେ... ଜନମତକୁ ସ୍ୱୀକାର ସହ ଧନ୍ୟବାଦ ଓ ବିଜୟୀଙ୍କୁ ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ୱର, ୦୫/୦୬ : ହାରିନାହିଁ ମହାରଥୀ... ସରିନାହିଁ ରାଜନୀତି । ସ୍ୱର୍ଗତ ପ୍ରଦୀପ ମହାରଥୀ ଥିଲାବେଳେ ଏ ସଂଳାପ ଭାରି ଜୋର୍‌ ଚାଲୁଥିଲା । ମାର୍କେଟ୍‌ରେ ବେଶ୍‌ ଚାହିଦା ଥିଲା । ସେଥିପାଇଁ ତ ତାଙ୍କ ଯାତ୍ରା ପାର୍ଟି ବି ଏହାକୁ ନେଇ ଯାତ୍ରା ବି ମଞ୍ଚସ୍ଥ କରି ସଫଳତା ସାଙ୍ଗକୁ ପ୍ରଶଂସା ସାଉଁଟିଥିଲା । ଆଜି ଏହି ସଂଳାପର ପ୍ରାସଙ୍ଗିକତା ବଢ଼ିଯାଇଛି । ଯେତେବେଳେ ହାରିକି ବି ହୃଦୟ ଜିଣିଛନ୍ତି ରାଜ୍ୟ ରାଜନୀତିର ଅନେକ ଭେଟେରାନ୍‌ ଓ ଚର୍ଚ୍ଚିତ ଚେହେରା । ପୂରା ଚିତ୍ର ସ୍ପଷ୍ଟ ପରେ ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏବଂ ‘ଏକ୍ସ’ରେ ପୋଷ୍ଟ କରି ସେମାନେ ଜନମତକୁ ସ୍ୱୀକାର ସହ ଲୋକଙ୍କୁ ଏବଂ ଦଳକୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଶେଷ ପର୍ଯ୍ୟନ୍ତ ଯେଉଁ ମାଟିରୁ ଏତେ ସାରା ଭଲପାଇବା ପାଇଛନ୍ତି ସେହି ମାଟି ପାଇଁ ଲଢ଼ିବି ବୋଲି ସଂକଳ୍ପ ନେଇଛନ୍ତି । 

ବିଜେଡି ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଧର୍ମେନ୍ଦ୍ର ବାବୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଆପଣଙ୍କର ବିଜୟ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା । ଆଶା କରୁଛି, ସମ୍ବଲପୁରର ସର୍ବାଙ୍ଗୀନ ବିକାଶ ପାଇଁ ଆପଣ ସାଂସଦ ଭାବେ ନିରନ୍ତର କାର୍ଯ୍ୟ କରିବେ । 

ବିଜେଡି ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଜନମତକୁ ମୁଁ ନମ୍ରତାର ସହ ସ୍ୱୀକାର କରୁଛି । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦଙ୍କୁ ମୁଁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଅର୍ପଣ କରୁଛି । ଆଗାମୀ ଦିନରେ ଓଡ଼ିଶା ତଥା ବାଲେଶ୍ୱରବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି । 

ବିଜେଡି ଝାରସୁଗୁଡ଼ା ବିଧାନସଭା ପ୍ରାଥୀ ଦୀପାଳି ଦାସ କହିଛନ୍ତି, ହାରିବା ଓ ଜିତିବା ନିର୍ବାଚନର ଏକ ଅଂଶ । ଏହି ନିର୍ବାଚନୀ ପ୍ରଚାର ସମୟରେ ଆପଣମାନେ ଯେପରି ଭାବରେ ମତେ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଦେଇଛନ୍ତି ତାହା ମୁଁ ସବୁଦିନ ପାଇଁ ମନେ ରଖିବି । ଏହା ସହିତ ଏହି ସମୟରେ ମତେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋର ପ୍ରିୟ ଝାରସୁଗୁଡ଼ାବାସୀଙ୍କ ସେବା କରିବା ପାଇଁ କୌଣସି ପଦବିର ଆବଶ୍ୟକତା ନାହିଁ । ଆଜୀବନ ମୁଁ ମୋର ସେବା କାର୍ଯ୍ୟ ଜାରି ରଖିବି । ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସମସ୍ତଙ୍କର ସୁଖଶାନ୍ତି ପାଇଁ ମା' ସମଲେଇ ଓ ଝାଡ଼େଶ୍ୱର ବାବାଙ୍କ ନିକଟରେ ପ୍ରାର୍ଥନା କରୁଛି । 

ବିଜେଡି କଟକ ଲୋକସଭା ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ସଂସଦୀୟ କ୍ଷେତ୍ରର ସମସ୍ତ ସମର୍ଥକ ଓ ଭୋଟର୍‌ଙ୍କୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । କଂଗ୍ରେସର ବଲାଙ୍ଗୀର ସାଂସଦ ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ର କହିଛନ୍ତି, କୋଶଲବାସୀଙ୍କୁ ବହୁତ ବହୁତ ଶୁଭକାମନା । ମୋର ହାର୍‌ ଜିତ୍‌ରେ କୋଶଲର ଲଢ଼େଇରେ କିଛି ଫରକ୍‌ ପଡ଼ିବ ନାହିଁ । ଲଢ଼େଇ ଜାରି ରହିବ । ଏହିଭଳି ନିର୍ବାଚନରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିନଧିତ୍ୱ କରି ହାରିଥିବା ପ୍ରାର୍ଥୀମାନେ ହାରି ମଧ୍ୟ ଲୋକଙ୍କ ଭିତରେ ରହିବାକୁ ଚାହିଁଛନ୍ତି । କଥାରେ ଲୋକଙ୍କ ହୃଦୟ ଜିଣିବା ସହ ସାରା ଜୀବନ ମାଟି ମା’ର ସେବା ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି । ପୁଣି ଥରେ ପ୍ରତିଶ୍ରୁତି ବି ଦେଇଛନ୍ତି । ଦଳ, ସମର୍ଥକ ଓ ଜନତାଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ବିଜୟୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ନିଜ ବଡ଼ପଣ ଜାହିର କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.