ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

ଚୀନ୍‌ରେ ଅଦାନୀ ଗ୍ରୁପ୍‌ର ଏଣ୍ଟ୍ରି, ଜାଣନ୍ତୁ ସେଠାରେ କଣ କରିବାକୁ ଯାଉଛନ୍ତି ଗୌତମ ଅଦାନୀ

ନୂଆଦିଲ୍ଲୀ : ଗୌତମ ଅଦାନୀଙ୍କ ମାଲିକାନାର ଅଦାନୀ ଗ୍ରୁପ ଚୀନ୍‌ରେ ମଧ୍ୟ ପହଞ୍ଚି ଯାଇଛି। ଏହି ପଡୋଶୀ ଦେଶରେ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ଅଦାନୀ ଗ୍ରୁପ ଏକ ସବ୍ସିଡିଆରୀ କମ୍ପାନୀର ରେଜିଷ୍ଟ୍ରେସନ ସେଠାରେ କରାଇଛି। ଏହାସହ ଏବେ ଚୀନ୍‌ରେ ମଧ୍ୟ ଅଦାନୀ ଗ୍ରୁପ୍‌ ନିଜର ମୂଳକୁ ବିସ୍ତାର କରିବା ଆରମ୍ଭ କରିବ। ଅଦାନୀ ଇଣ୍ଟରପ୍ରାଇଜେସ୍‌ର ସବ୍ସିଡିଆରୀ ଅଦାନୀ ଗ୍ଲୋବାଲ ପିଟିଇ , ସିଙ୍ଗାପୁର ମାଧ୍ୟମରେ ଏହି କାମ କରାଯାଇଛି। 

ଏକ ରେଗୁଲେଟରୀ ଫାଇଲିଂ ଅନୁସାରେ , ଅଦାନୀ ଗ୍ରୁପ୍‌ ଚୀନ୍‌ରେ ସପ୍ଲାଇ ଚେନ୍‌ ସଲ୍ୟୁସନ୍ସ ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ମାଧ୍ୟମରେ ନିଜର କାମ ଆରମ୍ଭ କରିବାର ପ୍ଲାନ କରିଛି। ଅଦାନୀ ଏଣ୍ଟରପ୍ରାଇଜେସ୍‌  ଫାଇଲିଂରେ କହିଛି କି, ସିଙ୍ଗାପୁର ସ୍ଥିତ ଏକ ଷ୍ଟେପ୍‌-ଡାଉନ୍‌  ସହାୟକ କମ୍ପାନୀ ଅଦାନୀ ଗ୍ଲୋବାଲ ପିଟିଇ ୨ ସେପ୍ଟେମ୍ୱର, ୨୦୨୪ ରେ ଅଦାନୀ ଏନର୍ଜି ରିସୋର୍ସେଜ୍‌ ସାଂଘାଇର ସ୍ଥାପନା କରିଛି। ସାଂଘାଇ ସ୍ଥିତ କମ୍ପାନୀର ପୂର୍ଣ୍ଣ ମାଲିକାନାର ଅଦାନୀ ଗ୍ଲୋବାଲ ପିଟିଇ ପାଖରେ ରହିବ। ଅଦାନୀ ଗ୍ରୁପ୍‌ ବର୍ତ୍ତମାନ ଏହି ବିବରଣୀ ଦେଇ ନାହିଁ କି ଏହି କମ୍ପାନୀ ବାସ୍ତବରେ କାହିଁକି ଖୋଲା ଯାଇଛି। 

ଉଲ୍ଲେଖନୀୟ ଯେ, ଅଦାନୀ ଏଣ୍ଟରପ୍ରାଇଜେସ୍‌ ଅନ୍ତର୍ଗତ ଅଦାନୀ ଗ୍ରୁପ୍‌ର ମାଇନିଂ , ରୋଡ୍‌, ଏୟାରପୋର୍ଟ, ଡାଟା ସେଣ୍ଟର ଓ ୱାଟର ଇନଫ୍ରାଷ୍ଟ୍ରକଚର ବିଜନେସ୍‌ ଆସିଥାଏ। ଫାଇଲିଂରେ କୁହାଯାଇଛି କି ଅଦାନୀ ଏନର୍ଜି ରିସୋର୍ସେସ ସାଂଘାଇକୁ ୨ ସେପ୍ଟେମ୍ୱର, ୨୦୨୪ରେ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର କମ୍ପାନୀ ଲ’ ଅନୁସାରେ ରେଜିଷ୍ଟର କରାଯାଇଛି। ଏହି କମ୍ପାନୀ ଏବେସୁଦ୍ଧା ସେଠାରେ ନିଜର ବ୍ୟବସାୟ ଆରମ୍ଭ କରି ନାହିଁ। ହେଲେ ଏମିତି କୁହାଯାଉଛି କି, ଅଦାନୀ ଏଣ୍ଟରପ୍ରାଇଜେସ୍‌ ଖୁବ୍‌ ଶୀଘ୍ର ହିଁ ସେଠାରେ ବଡ଼ କଣ୍ଟାକ୍ଟ ହାସଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.