ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ସମ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ

ବ୍ରହ୍ମପୁର ୪/୫: ଦକ୍ଷିଣ ଓଡ଼ିଶାବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବର୍ତମାନ ଅତ୍ୟାଧୁନିକ ଚିକିତ୍ସା ଓ ଅସ୍ତ୍ରୋପଚାର ଉପଲବ୍ଧ ହୋଇପାରୁଛି । ଏହି ହସ୍ପିଟାଲ୍‌ରେ ଗର୍ଭବତୀଙ୍କ କ୍ଷେତ୍ରରେ ଜଟିଳ ଗର୍ଭଧାରଣ ସମୟରେ ଯତ୍ନ ଓ ଚିକିତ୍ସା, ପ୍ରସବ, ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଚିକିତ୍ସା ହୋଇପାରୁଛି । ସେହିପରି ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟସେବା ମଧ୍ୟ ଅତ୍ୟାଧୁନିକ ଉପାୟରେ କରାଯାଉଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ, ଶିଶୁରୋଗ ବିଭାଗର ଡାକ୍ତର, ପ୍ରଶିକ୍ଷିତ ନର୍ସ ଓ ଟେକ୍ନିସିଆନ୍‌ ମାନଙ୍କ ଦ୍ୱାରା କାର୍ଯ୍ୟ ସଂପାଦନ କରାଯାଉଛି । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମୀନାକ୍ଷୀ ସାହୁଙ୍କ ତତ୍ୱାବଧାନରେ ଶିଶୁରୋଗ ବିଭାଗର ସମସ୍ତ ଚିକିତ୍ସା କରାଯାଉଛି । ଏହି ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଓଟି, ଲେବର୍‌ ରୁମ୍‌ ଓ ନବଜାତ ଶିଶୁମାନଙ୍କ ନିମନ୍ତେ ଏନ୍‌ଆଇସିୟୁ ସେବା ମଧ୍ୟ ଖୁବ୍‌ ସୁଲଭ ମୂଲ୍ୟରେ ଉପଲବ୍ଧ । 

ସେହିପରି ସଂପୂର୍ଣ୍ଣ ହିପ୍‌ ରିପ୍ଲେସ୍‌ମେଂଟ ଭଳି ଅତ୍ୟାଧୁନିକ ଅସ୍ତ୍ରୋପଚାର ରୋଗୀମାନଙ୍କ ନିମନ୍ତେ କରାଯାଉଛି । ଗତ ଦୁଇ ମାସ ତଳେ ଜଣେ ମହିଳା ଘରେ ପଡ଼ିଯିବା ଫଳରେ ଗୁରୁତର ଅସୁସ୍ଥ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ହସ୍ପିଟାଲକୁ ଆସିଥିଲେ । ସେ ଚାଲିବା କିମ୍ବା ବସିବା ଅବସ୍ଥାରେ ନଥିଲେ । ନିଜର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କରିପାରୁ ନଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ସମ୍ପୂର୍ଣ୍ଣ ହିପ୍‌ ରିପ୍ଲେସମେଂଟ ନିମନ୍ତେ ଡାକ୍ତରମାନେ ନିଷ୍ପତି ନେଇଥିଲେ । ତେବେ ତାଙ୍କର ଶରୀରରେ ରକ୍ତହୀନତା ଦେଖା ଦେଇଥିବାରୁ ତାଙ୍କୁ ପ୍ରଥମେ ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌ କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସମୟରେ କିମ୍ବା ପରେ ତାଙ୍କ ଶରୀରରେ କୋ÷ଣସି ଜଟିଳତା ଉପୁଜି ନଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । 

ସେହିପରି ସମ୍‌ ହସ୍ପିଟାଲ୍‌ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ କର୍ଣ୍ଣ, ନାସା, ଗଳା (ଇଏନ୍‌ଟି) ସମସ୍ୟାର ମଧ୍ୟ ଅତ୍ୟାଧୁନିକ ଚିକିତ୍ସା କରାଯାଉଛି । ଜଣେ ୪୨ ବର୍ଷୀୟା ମହିଳା ନାକରୁ ନିୟମିତ ରକ୍ତ ବାହାରୁ ଥିବାର ସମସ୍ୟା ନେଇ ଏହି ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ଆସିଥିଲେ । ରୋଗୀଙ୍କୁ ଇଏନ୍‌ଟି ସ୍ପେଶିଆଲିଷ୍ଟ ଡାକ୍ତର ପ୍ରିୟଜୀତ୍‌ ପାଣିଗ୍ରାହୀ ପରୀକ୍ଷା କରିବା ପରେ ଏକ ସିଟି ସ୍କାନ୍‌ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସିଟି ସ୍କାନ୍‌ ରିପୋର୍ଟରେ ତାଙ୍କର ନାକରେ ବାଇଲାଟେରାଲ୍‌ ମାକ୍ସିଲାରୀ ସାଇନସ୍‌ ଥିବାର ଜଣାପଡ଼ିଥିଲା । ରୋଗୀଙ୍କର ତା’ପରଦିନ ଏଣ୍ଡୋସ୍କୋପିକ୍‌ ସାଇନସ୍‌ ସର୍ଜରୀ କରାଯାଇଥିଲା । ସଫଳ ଅସ୍ତ୍ରୋପଚାର ପରେ ରୋଗୀ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ରୋଗୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ହସ୍ପିଟାଲ୍‌ ୨୪ ଘଂଟା ପ୍ରସ୍ତୁତ ବୋଲି କହିଛନ୍ତି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.