ନୂଆଦିଲ୍ଲୀ,୧୨।୯: ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମଦିନ ।ଏହି ଅବସରରେ ଆଜମେର ଶରିଫ ଦରଘା ପକ୍ଷରୁ ହୋଇଛି ବଡ଼ ଘୋଷରା। କୁହାଯାଉଛି ଯେ, ୧୭ ସେପ୍ଟେମ୍ବରରେ ଆଜମେର ଶରିଫ୍ ଦରଘା ୪୦୦୦ କିଲୋଗ୍ରାମର ଶାକାହାରୀ ଭୋଜନର ଲଙ୍ଗର ତିଆରି କରିବ ଓ ଏହାକୁ ବଣ୍ଟନ କରବ। ଦରଘା ଅଧିକାରୀଙ୍କ କହିବା ଅନୁସାରେ, ଏହି ପରମ୍ପରା ୫୫୦ ବର୍ଷରୁ ଅଧିକ ସମୟ ଧରି ରହିଛି।
ଆଜମେର ଶରିଫ୍ ସୈୟେଦ ଅଫଶା ଚିସ୍ତି ବୁଧବାର କହିଛନ୍ତି, ଏହି ଦିନ ଲୋକଙ୍କୁ ଶାକାହାରୀ ଭୋଜନ ଦିଆଯିବ। ପିଏମ୍ ମୋଦିଙ୍କ ଜନ୍ମଦିନରେ ସାରା ଦେଶରେ ଧାର୍ମିକ ସ୍ଥଳରେ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆମେ ୪୦୦୦ କିଲୋଗ୍ରାମ ଶାକାହାରୀ ଭୋଜନ ତିଆରି କରିବୁ। ଏହାକୁ ଗୁରୁଜନ ଏବଂ ଗରିବଙ୍କୁ ଦାନ କରାଯିବ। ସୈୟଦ ଅଫଶା ଚିସ୍ତ କହିଛନ୍ତି, ଆମେ ପିଏମ୍ ମୋଦିଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘ ଆୟୁର ପ୍ରାର୍ଥନା କରିବୁ।
ଏହି ଲଙ୍ଗର ଆୟୋଜନ ଇଣ୍ଡିଆନ ମାଇନୋରିଟି ଫାଉଣ୍ଡେସନ୍ ଓ ଆଜମେର ଶରିଫ ଚିସ୍ତି ଫାଉଣ୍ଡେସନ୍ ଦ୍ବାରା କରାଯାଉଛି। ଦରଘା ଅଧିକାରୀ କହିଛନ୍ତି, ପୁରା ପକ୍ରିୟା ଖୁବ୍ ଶ୍ରଦ୍ଧାର ସହ କରାଯିବ। ହଜାର ହଜାର ଭକ୍ତ ଓ ସାଧକଙ୍କୁ ସେବା ପ୍ରଦାନ କରାଯିବ। ସମାରୋହର ଆରମ୍ଭ ରାତି ୧୦ଟା ୩୦ ମିନିଟ୍ରେ ହଜରତ ଖାଜ୍ବା ମୋଇନୁଦ୍ଧିନ୍ ଚିସ୍ତି ଦରଘାରେ କରାଯିବ। ଏହି ଦିନ ଶାନ୍ତି, ଏକତା, ସମୃଦ୍ଧି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରିବେ।