ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗ : ଜଣେ ଗିରଫ

Published By : Prameya | May 10, 2024 8:03 PM

ଦାରିଙ୍ଗବାଡ଼ି,୧୦/୫ : ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଚାଲିଥିବାବେଳେ ଜଙ୍ଗଲରେ ଲାଗୁଛି ନିଆଁ । ବନ ବିଭାଗର ବାରମ୍ବାର ସଚେତନତା କରିବା ସତ୍ତ୍ୱେ କିଛି ଅସାମାଜିକ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି । ଗୁରୁବାର ଅପରାହ୍ନ ସମୟରେ ଜଙ୍ଗଲରେ ନିଆଁ ଲଗାଇବାବେଳେ ବନ ବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପର୍ତମାହା ପଞ୍ଚାୟତ ଯୁଗାବାଡ଼ି ଗ୍ରାମର ରଞ୍ଜିତ ପ୍ରଧାନ । 

ସେ ପକାରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୁରୁବାର ଅପରାହ୍ନ ସମୟରେ ନିଆଁ ଲଗାଇବାବେଳେ ବନ ବିଭାଗ ଜାଣି ପାରି ଏସିଏଫ୍ ତଥା ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତିଶ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ବନପାଳ ରବିମୋହନ ନାୟକ, ବନରକ୍ଷୀ ବିଜୟାନନ୍ଦ ସେଠୀ, ରୁପିଙ୍ଗା ମଲିକ, ଶଙ୍କର ମାଳବିଷୋୟୀ ଓ ସ୍କ୍ୱାର୍ଡ ଟିମ୍ ପ୍ରମୁଖ ଚଢଉ କରି ରଞ୍ଜିତ ପ୍ରଧାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ବନ ବିଭାଗ ଏ ନେଇ ଏକ ମାମଲା କେଶ ନଂ୧୬/୨୪ରେ ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.