ଭୁବନେଶ୍ଵର, ୦୯/୦୮ : ଅଗଷ୍ଟ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା। କୁଟୁମ୍ବ ପେନସନ ଯୋଜନାରେ ଭତ୍ତା ମିଳିବ। ଏଥିପାଇଁ ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସରକାର ଚି଼ହ୍ନଟ କରିବେ। ରୂପରେଖ ପ୍ରସ୍ତୁତ ହେବ। ଏହା ସହ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ ପରିଚୟପତ୍ର ମିଳିବ। କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନ ଠାରେ ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସମିତି ପକ୍ଷରୁ କ୍ରାନ୍ତି ଦିବସ ସମାରୋହ ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେଠାରେ ଜାତୀୟ ପତାକା ଉତ୍ତୋଳନ ସହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ରାମଧୂନ ତଥା ଶହୀଦଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧିତ କରାଯାଉଛି । ଏହି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ଯୋଗ ଦେଇଛନ୍ତି। ଏହାସହ ବହୁ ବିଶିଷ୍ଟ ଅତିଥି ଓ ସ୍ବାଧୀନତା ସଂଗ୍ରାମୀ ତଥା ସେମାନଙ୍କ ଦାୟାଦମାନେ ସମାରୋହରେ ଉପସ୍ଥିତ ଅଛନ୍ତି।