ହାଇଦ୍ରାବାଦ : ଏହି ସମୟରେ ତିରୁପତି ଲଡୁର ଅପମିଶ୍ରଣକୁ ନେଇ ବିବାଦ ଜାରି ରହିଛି। ସ୍ୱତନ୍ତ୍ର ଉପାୟରେ ପ୍ରସ୍ତୁତ କରାଯାଉ ଥିବା ଏହି ଲଡୁରେ ପଶୁ ଚର୍ବି ଥିବାର ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ଲଡୁର ବିକ୍ରିରେ ହ୍ରାସ ଘଟି ନାହିଁ। ଆନ୍ଧ୍ର ପ୍ରଦେଶର ଶ୍ରୀଭେଙ୍କଟେଶ୍ୱର ମନ୍ଦିରକୁ ୬୦ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଯାଉଛନ୍ତି। ମନ୍ଦିର ପ୍ରଶାସନ ମୁତାବିକ, ଗତ ୪ ଦିନରେ ତିରୁପତିଙ୍କ ୧୪ଲକ୍ଷ ଲଡୁ ବିକ୍ରି କରାଯାଇଛି। ଏଥିରେ ୧୯ସେପ୍ଟେମ୍ୱରରେ ୩.୫୯ ଲକ୍ଷ , ୨୦ ସେପ୍ଟେମ୍ୱରରେ ୩.୧୭ ଲକ୍ଷ , ୨୧ ସେପ୍ଟେମ୍ୱରରେ ୩.୬୭ ଲକ୍ଷ ଓ ୨୨ ସେପ୍ଟେମ୍ୱରରେ ୩.୬୦ ଲକ୍ଷ ଲଡୁ ବିକ୍ରି ହୋଇଛି। ସୂଚନା ଅନୁସାରେ, ଦିନକୁ ଲଡୁ ବିକ୍ରିର ହାରାହାରି ସଂଖ୍ୟା ୩.୫୦ ଲକ୍ଷ ରହିଛି।
ତିରୁପତି ଲଡୁକୁ ନେଇ ବିବାଦ ସତ୍ତ୍ୱେ ଏହାର ବିକ୍ରି ଉପରେ କିନ୍ତୁ କୌଣସି ପ୍ରଭାବ ପଡ଼ି ନାହିଁ। ଏହାକୁ ନେଇ ଶ୍ରଦ୍ଧାଳୁମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏନଡିଟିଭି ମୁତାବିକ , ଭେଙ୍କଟେଶ୍ୱର ରାଓ ନାମକ ଜଣେ ଭକ୍ତ କହିଛନ୍ତି ଯେ, ଆମର ଶ୍ରଦ୍ଧାକୁ ଏତେ ସହଜରେ କେହି ଭାଙ୍ଗି ପାରିବ ନାହିଁ। ଏଠାରେ ଥିବା ଆଉ କିଛି ଭକ୍ତ କହିଛନ୍ତି, ତିରୁପତି ଲଡୁକୁ ନେଇ ବିବାଦ ଏବେ ଇତିହାସ ହୋଇ ସାରିଛି।
ଉଲ୍ଲେଖନୀୟ ଯେ, ଏହି ମନ୍ଦିରରେ ପ୍ରତିଦିନ ୩ ଲକ୍ଷ ଲଡୁ ତିଆରି କରାଯାଏ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଏହି ଲଡୁକୁ ଖୁବ୍ ଆଗ୍ରହରେ କିଣିଥାନ୍ତି। ଅନେକ ସମୟରେ ଏହି ଲୋକେ ଏହାକୁ ନିଜର ସଂପର୍କୀୟ ଓ ବନ୍ଧୁଙ୍କୁ ଦେବାକୁ ବି ନେଇଥାନ୍ତି। ଯଦି ତିରୁପତି ଲଡୁର ଇନଗ୍ରେଡିଏଣ୍ଟସ କଥା କହିବା ତ ଏଥିରେ ଚଣା , ଗାଈ ଘିଅ , ଚିନି ,କାଜୁ କିସମିସ ଓ ବାଦାମ ଆଦି ମିଶା ଯାଇ ଥାଏ। ପ୍ରତିଦିନ ପାଖାପାଖି ୧୫୦୦୦ କିଲୋ ଘିଅ ଏହି ଲଡୁ ପ୍ରସ୍ତୁତିରେ ବ୍ୟବହାର କରାଯାଏ।
କହି ରଖୁଛୁ କି, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଲଗାଇଥିଲେ ଯେ, ପୂର୍ବବର୍ତ୍ତୀ ୱାଇଏସଆରସିପି ଶାସନ ବେଳେ ତିରୁପତିର ଲଡୁ ପ୍ରସ୍ତୁତ କରିବାକୁ ବ୍ୟବହୃତ ଘିଅରେ ପଶୁ ଚର୍ବି ଥିଲା। ରାଜ୍ୟ ସରକାର ମାମଲାର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଯାଞ୍ଚ ଦଳର ଗଠନ କରିଛନ୍ତି।
ଅନ୍ୟପଟେ ଏହି ସବୁ ଅଭିଯୋଗ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ କ୍ଷମତାସୀନ ଟିଡିପି ଉପରେ ଧାର୍ମିକ ମାମଲାକୁ ନେଇ ରାଜନୀତିକରଣ କରିଯିବା ଅଭିଯୋଗ କରିଛନ୍ତି। ସେ କହିଥିଲେ ଯେ, ଟେଣ୍ଡର ପ୍ରକ୍ରିୟା ପ୍ରତି ୬ ମାସରେ ହୋଇଥାଏ । ଯୋଗ୍ୟତା ଓ ମାନଦଣ୍ଡ ଅନେକ ଦଶକରୁ ବଦଳି ନାହିଁ। ସପ୍ଲାୟରଙ୍କୁ ଏକ ଏନଏବିଏଲ ସାର୍ଟିଫିକେଟ୍ ଓ ଏକ ଉତ୍ପାଦ ଗୁଣବତ୍ତା ସାର୍ଟିଫିକେଟ୍ ଦେବାକୁ ହୁଏ। ଟିଟିଡି ଘିଅର ନମୂନା ସଂଗ୍ରହ କରିଥାଏ ଏବଂ କେବଳ ସାର୍ଟିଫାଇଡ୍ ପ୍ରଡକ୍ଟସର ବ୍ୟବହାର କରାଯାଏ। ସେ ଅଭିଯୋଗ ଲଗେଇଛନ୍ତି କି, ନାଇଡୁ ଅଭ୍ୟାସଗତ ଭାବେ ମିଛ କହୁଛନ୍ତି।