ପ୍ରମୂଖ ଖବର
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ପାରୋଲରେ ଆସିବେ ଅମୃତପାଲ ସିଂ, ସଂସଦରେ କରିବେ ଶପଥ ଗ୍ରହଣ...

ନୂଆଦିଲ୍ଲୀ: ପଞ୍ଜାବର ଖଦୁର ସାହିବ ଲୋକସଭା ଆସନରୁ ନିର୍ବାଚନରେ ଜିତିଥିବା ଅମୃତପାଲ ସିଂ ଜୁଲାଇ ୫ ରେ ସଂସଦରେ ଶପଥ ଗ୍ରହଣ କରିବେ । ସରବଜିତ୍ ସିଂ ଖାଲସା ଏହି ସୂଚନା ପ୍ରଦାନ କରିଛନ୍ତି । ଅମୃତପାଲ ସିଂଙ୍କୁ କିଛି ସର୍ତ୍ତ ସହିତ ଜୁଲାଇ ୫ ରୁ ୪ ଦିନ କିମ୍ବା ତା’ଠାରୁ କମ୍ ସମୟ ପାଇଁ ପାରୋଲ୍ ଦିଆଯାଇଛି । ଯାହା ବିଷୟରେ ଜେଲ୍ ଅଧୀକ୍ଷକ ଡିବ୍ରୁଗଡଙ୍କୁ ସୂଚନା ଦିଆଯାଇଛି ।

ଏହାପୂର୍ବରୁ ପଞ୍ଜାବ ସରକାର ଆସାମର ଦିବ୍ରୁଗଡ ଜେଲରେ ବନ୍ଦୀ ଥିବା ୱାରିସ୍ ପଞ୍ଜାବ ଦେ ସଂଗଠନ ମୁଖ୍ୟ ଅମୃତପାଲ ସିଂଙ୍କ ଏକ ଲିଖିତ ଅନୁରୋଧକୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇଥିଲେ, ଯେଉଁଥିରେ ଅମୃତପାଲ ଅସ୍ଥାୟୀ ମୁକ୍ତ ବା ପାରୋଲ ଦାବି କରିଥିଲେ ।

ଦିବ୍ରୁଗଡ ଜେଲରେ ଥିବା ଅମୃତପାଲ ସିଂଙ୍କୁ ଅମୃତସର ପୋଲିସ ଜୁଲାଇ ୫ରେ ଦିଲ୍ଲୀକୁ ନେଇଯିବ । ସେଠାରେ ସେ ସାଂସଦ ଭାବରେ ଶପଥ ଗ୍ରହଣ କରିବେ। ଲୋକସଭାରେ ସାଂସଦ ଭାବରେ ଶପଥ ଗ୍ରହଣ କରିବା ପରେ ଅମୃତପାଲ ସିଂଙ୍କୁ ପୁଣିଥରେ ଦିବ୍ରୁଗଡ ଜେଲକୁ ନିଆଯିବ । ଏହି ସମୟ ମଧ୍ୟରେ ଅମୃତପାଲ ସିଂଙ୍କୁ କାହାକୁ ଭେଟିବାକୁ ଦିଆଯିବ ନାହିଁ ।

ଅମୃତପାଲ ସିଂଙ୍କ ଆଇନ ପରାମର୍ଶଦାତା ଇମାନ ସିଂ ଖରା ମଙ୍ଗଳବାର କହିଥିଲେ ଯେ, ଲୋକସଭା ନିର୍ବାଚନରେ ବହୁଳ ବ୍ୟବଧାନରେ ବିଜୟ ହାସଲ କରିଥିବା କଟ୍ଟରପନ୍ଥି ଶିଖ ନେତାଙ୍କ ଆବେଦନକୁ NSA ଧାରା ୧୫ ଅନୁଯାୟୀ ଜେଲ ଅଧିକ୍ଷକଙ୍କ ମାଧ୍ୟମରେ ପଂଜାବ ସରକାରଙ୍କ ନିକଟକୁ ପଠାଯାଇଥିଲା । 

ସୂଚନାଥାଉକି, ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଅମୃପାଲ ସିଂ ପ୍ରାୟ ୨ ଲକ୍ଷ ଭୋଟରେ ଖଡୁର ସାହେବ ଲୋକସଭା ଆସନ ଜିତିଥିଲେ। ଅମୃତପାଲ କଂଗ୍ରେସର କୁଲବୀର ସିଂ ଜିରାଙ୍କୁ ୧ ଲକ୍ଷ ୯୭ ହଜାର ୧୨୦ ଭୋଟରେ ପରାସ୍ତ କରିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.