ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଥମ ଦିନରେ ‘ଆନିମଲ’ ରଚିଲା ଇତିହାସ, ବକ୍ସ ଅଫିସରେ ଭାଙ୍ଗିଲା ପଠାନର ରେକର୍ଡ଼

ନୂଆଦିଲ୍ଲୀ,୨/୧୨ : ରିଲିଜ ହୋଇଛି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ । ଆକ୍ସନ ଥ୍ରଲର ଭରା ଏହି ଫିଲ୍ମକୁ ନେଇ ଚାରିଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ । ବକ୍ସ ଅଫିସରେ ସୃଷ୍ଟି କରିଛି କଲେକ୍ସନର ନୂଆ ରେକର୍ଡ଼ । ସନ୍ଦୀପ ରେଡ୍ଡି ବାଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ କେବଳ ଦେଶ ନୁହେଁ ବରଂ ବିଶ୍ବସାରା ବମ୍ପର ଓପନିଂ କରିଛି । ଖାଲି ଏତିକି ନୁହେଁ ଏହି ଫିଲ୍ମ ନନ୍ ହଲିଡେରେ ସବୁଠୁ ବଡ଼ ଓପନିଂ କରି ଇତିହାସ ରଚିଛି । ଚାଲନ୍ତୁ ଜାଣିବା ‘ଆନିମଲ’ର କଲେକ୍ସନ ଉପରେ ନଜର ପକାଇବା । 

 ‘ଆନିମଲ’ର ଫିଭର ପୂରା ବିଶ୍ବରେ ଦେଖିବାକୁ ମିଳୁଛି । ଫିଲ୍ମକୁ କେବଳ ଘରୋଇ ବଜାର ନୁହେଁ ବରଂ ଓଭରସିଜରେ ବି ପଜିଟିଭ ରେସପନ୍ସ ମିଳିଛି ଏବଂ ଏହାସହ ଏହି ପିଲ୍ମ ରିଲିଜର ପ୍ରଥମ ଦିନ ରେକର୍ଡ଼ ଭାଙ୍ଗିଛି । ଫିଲ୍ମ ମେକର୍ସ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି କି, ଆନିମଲ ଓ୍ବାର୍ଲ୍ଡଓ୍ବାଇଡ ୧୧୬କୋଟିର ଦମଦାର୍ ଓପନିଂ କରିଛି । ମେକର୍ସ ଆନିଲମର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି କି‌, ହିନ୍ଦୀ ସିନେମାରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବଡ଼ ନନ୍ ହଲିଡେ ଓପନିଂ । ବିଶ୍ବସାରା ପ୍ରାୟ ୧୧୬କୋଟି ଟଙ୍କା କଲେକ୍ସନ କରିଛି । 




ବିଶ୍ବସାରା ‘ଆନିମଲ’ ବକ୍ସ ଅଫିସରେ ପ୍ରଥମ ଦିନରେ ବମ୍ପର କଲେକ୍ସନ କରିଛି । ଶାହରୁଖ ଖାନଙ୍କ ପଠାନର ରେକର୍ଡ଼ ବ୍ରେକ୍ କରିଛି । ପଠାନ୍ ଓ୍ବାର୍ଲ୍ଡଓ୍ବାଇଡ ୧୦୬କୋଟିର କଲେକ୍ସନ କରିଥିଲା । ମାତ୍ର ଆନିମଲ ଶାହରୁଖଙ୍କ ଜବାନର ରେକର୍ଡ଼ ବ୍ରେକ୍ କରିପାରିନାହିଁ । ଜବାନ ପ୍ରଥମ ଦିନରେ ଓ୍ବାଲ୍ଡଓ୍ବାଇଡ କଲେକ୍ସନ ୧୨୫.୦୫କୋଟି କରିଥିଲା । ପ୍ରକାଶ ଯେ,‘ଆନିମଲ’ମେଘନା ଗୁଲଜାରଙ୍କ ପିରିୟଡ଼ ଡ୍ରାମା ‘ସ୍ୟାମ ବହାଦୁର’ ସହ ରିଲିଜ ହୋଇଛି । ଯେଉଁଥିରେ ବିକ୍କି କୌଶଲ ଲିଡ୍ ରୋଡ ପ୍ଲେ କରିଛନ୍ତି । ମାତ୍ର ‘ଆନିମଲ’ ସ୍ୟାମ ବାହାଦୁରକୁ ବକ୍ସ ଅଫିସରେ ବହୁ ପଛରେ ଛାଡ଼ି ଦେଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.