ପ୍ରମୁଖ ଖବର
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଇଣ୍ଡିଗୋ ବିମାନ ସିଟ୍‌ରେ ପୁଣି ତକିଆ ଅଦୃଶ୍ୟ , ଯାତ୍ରୀ କଲେ ଅଭିଯୋଗ

ପୁନେ : ପୁଣି ଚର୍ଚ୍ଚାରେ ଇଣ୍ଡିଗୋ ବିମାନରେ ତକିଆ ଗାଏବ ଘଟଣା। ପୁନେରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍‌ର ଏକ ସିଟ୍‌ର ତକିଆ ଅଦୃଶ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ଯେଉଁ ଯାତ୍ରୀ ଏହି ସିଟ୍‌ ବୁକ୍‌ କରିଥିଲେ ,ସେ ଏମିକି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ରିପୋର୍ଟ ମୁତାବିକ, ଏହି ଘଟଣା ଗୁରୁବାର ସକାଳ ସମୟର। ପାଖାପାଖି ସପ୍ତାହେ ପୂର୍ବେ ଆଉ ଏକ ଏମିତି ମାମଲା ସାମନାକୁ ଆସିଥିଲା, ଯେବେ ନାଗପୁର ଯାଉଥିବା ଏୟାରଲାଇନ୍‌ରେ ଏକ ସିଟ୍‌ର ତକିଆ ଗାଏବ ଥିଲା। 

ଅରୁଣ ସିନ୍ଧୱାନୀ ନାମକ ବ୍ୟକ୍ତି ଇଣ୍ଡିଗୋର ଫ୍ଲାଇଟ୍‌ (୬ଇ-୬୮୭୭) ବୁକ୍ କରିଥିଲେ। ସେ କହିଥିଲେ , ସକାଳ ପାଖାପାଖି ୪.୩୦ ସମୟରେ ଫ୍ଲାଇଟ୍‌ରେ ବୋର୍ଡ କରିବାର ସେ ୧୨ତମ କି ୧୩ ତମ ଲୋକ ଥିଲେ। ମୁଁ ନିଜର ହ୍ୟାଣ୍ଡ ବ୍ୟାଗ୍‌ ରଖିଲି ଏବଂ ସିଟ୍‌ ଆଡ଼କୁ ଯେବେ ଅନେଇଲି ତ ସେଥିରେ ତକିଆ ନଥିଲା। ଏହି ସମୟରେ କ୍ୟାବିନ୍‌ କ୍ରୁ ଲୋକେ ଫ୍ଲାଇଟ୍‌ରେ ଯାତ୍ରୀଙ୍କୁ ଚଢାଇବା କାମରେ ବ୍ୟସ୍ତ ଥିଲେ। ମୁଁ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଏହି ବିଷୟରେ ଜଣାଇଲି। ସେ ମୋ କଥାରୁ ସେତେ ଗୁରୁତ୍ୱ ଦେଲେ ନାହିଁ ଏବଂ ମୋତେ ଅପେକ୍ଷା କରିବାକୁ କହିଲେ। ମୁଁ ୱାଶରୁମ୍‌ ପାଖରେ ବହୁ ସମୟ ଯାଏ ଠିଆ ହୋଇ ରହିଲି। 

ଟିଓଆଇର ରିପୋର୍ଟ ମୁତାବିକ, ସିନ୍ଧୱାନୀ ଫ୍ଲାଇଟ୍‌ରୁ ଉଡ଼ାଣ ଭରିବାକୁ ନେଇ ବେଙ୍ଗାଲୁରୁରୁ ଟିକେଟ୍‌ ବୁକ୍‌ କରିଥିଲେ। ସେ କହିଥିଲେ , ମୁଁ ପାଖାପାଖି ୧୫ ମିନିଟ୍‌ ଯାଏ କ୍ରୁ ମେମ୍ୱରଙ୍କୁ ଏହା କହି ଚାଲି ଥିଲି ଯେ, ମୋ ସିଟ୍‌ର ତକିଆ ଗାଏବ ଅଛି। ଏହାପରେ ସେମାନେ ନିଜର ମେଣ୍ଟେନେନ୍ସ ଟିମ୍‌ ସହ କଥା ହେଲେ। କିଛି ସମୟ ପରେ ଜଣେ ବ୍ୟକ୍ତି ତକିଆ ନେଇ ଆସିଲେ ଏବଂ ମୋ ସିଟ୍‌ରେ ରଖି ଚାଲିଗଲେ।ହେଲେ ତାହା ଏହି ସିଟ୍‌ ପାଇଁ ସଠିକ୍‌ ନଥିଲା। ମୁଁ ଏ ବିଷୟରେ କହିଲି ଏବଂ ସେ ଏହାକୁ ପୁଣି ନେଇ ପଳାଇଲେ। ବୋର୍ଡିଂ ପୂରା ହେବା ଯାଏ ମୋର ଅପେକ୍ଷା ଜାରି ରହିଥିଲା। ଏହାପରେ ଅନ୍ୟ ଜଣେ ବ୍ୟକ୍ତି ଆସି ମୋ ସିଟ୍‌ରେ ତକିଆ ଫିକ୍ସ କରିଥିଲେ। 

ସିନ୍ଧୱାନୀ କହିଛନ୍ତି କି ଏୟାରକ୍ରାଫ୍ଟ ପ୍ରସ୍ତୁତ ହେବା ପରେ ବୋର୍ଡିଂ ଆରମ୍ଭ ହୋଇଥାଏ। ଏହା ପୂର୍ବରୁ ସଫାସୁତୁରା କାମ କରୁଥିବା ଲୋକେ ବିମାନ ଭିତରକୁ ଯାଇଥାନ୍ତି। ସେହି ଲୋକେ ପ୍ରତି ଜିନିଷ ବିଷୟରେ ସୁନିଶ୍ଚିତ କରିବା ଉଚିତ। ସେମାନଙ୍କୁ ଏହା ଦେଖିବା ଉଚିତ୍‌ କି ଉଡ଼ାଣ ଭରିବା ପୂର୍ବରୁ ସବୁ ସିଟ୍‌ ଠିକ୍‌ ଅଛି ନା ନାହିଁ। ସେ କହିଛନ୍ତି ମୁଁ ତ ପ୍ରିମିୟର ସିଟ୍‌ ବୁକ୍ କରିଥିଲି, ଯେଉଁଥିପାଇଁ ମୋତେ ଅତିରିକ୍ତ ଚାର୍ଜ ମଧ୍ୟ ଦେବାକୁ ପଡ଼ିଥିଲା। ଉକ୍ତ ମାମଲାକୁ ନେ ସୋସିଆଲ ମିଡ଼ିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ଇଣ୍ଟରନେଟ୍‌ ୟୁଜର ପ୍ରଶ୍ନ ଉଠାଇଛନ୍ତି ସିଟ୍ ଚୋରି ହେଉଛି ନା କ୍ରୁଙ୍କ ଦ୍ୱାରା ଏହି ଅବହେଳା ପ୍ରଦର୍ଶନ କରାଯାଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.