ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଆହତ କାରଣରୁ ଓ୍ବିମ୍ବେଲଡନ ୨୦୨୪ରୁ ଓହରିଲେ ଏରିନା ସାବଲେଙ୍କା

Image Courtesy: freepressjournal

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନ ଚାମ୍ପିୟନ୍‌ ଏବଂ ବିଶ୍ବର ୩ ନମ୍ବର ଟେନିସ୍‌ ପ୍ଳେୟର ଏରିନା ସାବଲେଙ୍କା ସୋମବାର ଓ୍ବିମ୍ବେଲଡନ ୨୦୨୪ରୁ ଓହରି ଯାଇଛନ୍ତି । ତାଙ୍କ କାନ୍ଧରେ ଆଘାତ ଲାଗିଥିବାରୁ ଏରିନାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା ବୋଲି ଟୁର୍ଣ୍ଣାମେଣ୍ଟ ଆୟୋଜକ ସୂଚନା ଦେଇଛନ୍ତି । 

ତାଙ୍କ ସ୍ଥାନରେ ଋଷିଆର ଏରିକା ଆଣ୍ଡ୍ରିଭା ଖେଳିବେ । ଆଣ୍ଡ୍ରିଭା ଆମେରିକାର ଏମିନା ବେକତାସଙ୍କୁ ଭେଟିବେ । ୨୬ ବର୍ଷୀୟା ଏରିନା ସାବଲେଙ୍କା ବର୍ଲିନ ଟୁର୍ଣ୍ଣାମେଣ୍ଟରେ ଆହତ ହୋଇଥିବାରୁ ଓ୍ବିମ୍ବେଲଡନ ୨୦୨୪ରୁ ଓହରିଯାଇ ପାରନ୍ତି ବୋଲି ଇସାରା ଦେଇଥିଲେ । 

ବେଲାରୁଷର ଏହି ତାରକା ଟେନିସ୍‌ ଖେଳାଳି କହିଥିଲେ ଯେ, ‘ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ ।’ ଶନିବାର ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ଯୋଜନା ଅଛି କି ବୋଲି ପ୍ରଶ୍ନ ପଚରା ଯାଇଥିଲା । ସେ ଏଥିପାଇଁ ଚିନ୍ତା କରୁଛନ୍ତି ବୋଲି ମଧ୍ୟ କହିଥିଲେ । ଆଉ ଆଜି ସେ ଓ୍ବିମ୍ବେଲଡନ ୨୦୨୪ରୁ ଓହରି ଯାଇଛନ୍ତି ।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.