ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ରାମ ମନ୍ଦିର ପରିସରରେ ଅଘଟଣ, ସୁରକ୍ଷାରେ ନିୟୋଜିତ ପିଏସି ଯବାନଙ୍କୁ ଗୁଳି

ଅଯୋଧ୍ୟା, ୨୬/୩ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପରିସରରେ ନିୟୋଜିତ ପିଏସିର ଜଣେ ପ୍ଲାଟୁନ କମାଣ୍ଡରଙ୍କୁ ଗୁଳି ଲାଗିବା ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ ମଙ୍ଗଳବାର ସନ୍ଦିଗ୍ଧ ପରିସ୍ଥିତିରେ ୫୩ବର୍ଷୀ ଜନୈକ କମାଣ୍ଡର ରାମ ପ୍ରସାଦଙ୍କୁ ଗୁଳି ଲାଗିଛି । ଏହାପରେ ଘଟଣାସ୍ଥଳରେ ଭୂକମ୍ପ ସୃଷ୍ଟି ହୋଇଥିଲା।  ସଙ୍ଗେସଙ୍ଗେ ଆହତ ଅବସ୍ଥାରେ କମାଣ୍ଡରଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମ ସହ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର କରାଯାଇଥିଲା । 

ପ୍ରକାଶ ଯେ, ଗୁଳି ଚାଳନା ଶଦ୍ଦ ଶୁଣି ନିକଟରେ ଥିବା ଅନ୍ୟ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥି‌ଲେ ତ ରାମ ପ୍ରସାଦଙ୍କ ମୁଣ୍ଡରେ ଗୁଳି ବାଜିଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ । ଏହାର ସୂଚନା ତୁରନ୍ତ ଉଚ୍ଚ ଅଧିକାରୀଙ୍କୁ ଦିଆଯାଇଥିଲା ଏବଂ ତାଙ୍କୁ ମଣ୍ଡଳୀୟ ହସ୍ପିଟାଲ ଦର୍ଶନନଗରରେ ଭର୍ତ୍ତି କରାଯାଇଥିଲା । ଏହାପରେ ସ୍ଥିତିକୁ ନଜରରେ ରଖି ତାଙ୍କୁ ଟ୍ରମା ସେଣ୍ଟର ଲକ୍ଷ୍ନୌ ଲାଗି ରେଫର କରିଦେଇଥିଲେ । ସେ ଅମେଠୀ ରହୁଥିବାବେଳେ ତାଙ୍କ ପରିବାର ଲକ୍ଷ୍ନୌରେ ରହିଥାନ୍ତି ।

ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର ସୂଚନା ଦେଇ କହିଛନ୍ତି କି ଏକ ପ୍ଲାଟୁନ କମାଣ୍ଡରଙ୍କୁ ଗୁଳି ଲାଗିଛି । ଦୁର୍ଘଟଣାବଶତ ଚାଲିଥିବା ଗୁଳି ମୁଣ୍ଡ‌ରେ ବାଜି ପାର୍ ହୋଇଯାଇଛି । ଏହାଦ୍ବାରା ଶରୀରର କେତେକ ଭାଗରେ ଆଘାତ ହୋଇଛି । ତତ୍କାଳ ଆମ୍ବୁଲାନ୍ସ ଡକାଯାଇଥିଲା ଏବଂ ଲାଇଫ ସପୋର୍ଟ ସିଷ୍ଟମ ସହ ଲକ୍ଷ୍ନୌର ଟ୍ରମା ସେଣ୍ଟର ନିଆଯାଇଥିଲା। ପ୍ରକାଶ ଯେ, ସ୍ଥିତି ଆୟତରେ ଅଛି ଏବଂ ଚିକିତ୍ସା ଚାଲୁ ରହିଛି । ଏହାସହ ଘଟଣାର ଯାଞ୍ଚ ଜାରି ରହିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.