କେନ୍ଦୁଝର, ୧୪।୧୧ : କେନ୍ଦୁଝର ବନଖଣ୍ଡରେ ହାତୀ ଛୁଆ ଅସୁସ୍ଥ। ସଦର ରେଞ୍ଜ ମଇଦାନକେଲ୍ ସଂରକ୍ଷିତ ଜଙ୍ଗଲରେ ୧୨ ଟିକିଆ ହାତୀ ପଲ ଭିତର ଥିବା ଏକ ଛଅ ମାସର ହାତୀ ଛୁଆଟି ଅସୁସ୍ଥ ହୋଇଛି। ହାତୀ ଛୁଆଟିର ଚିକିତ୍ସା ପାଇଁ ଏସିଏଫ୍ଓଙ୍କ ନେତୃତ୍ୱରେ ଡବ୍ଲୁଟିଆଇ ଏବଂ ଭେଟନାରି ବିଭାଗର ପଶୁ ବିଶେଷଜ୍ଞମାନେ ଜଗି ରହିଥିବା ଜଣାପଡିଛି ।
ହାତୀଟି ଛୋଟେଇ ଛୋଟେଇ ବୁଲୁଥିବାର ଥର୍ମାଲ୍ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି। ତେବେ ହାତୀ ଛୁଆଟିର ଡାହାଣ ପଟ ଆଗ ଗୋଡ଼ରେ ଆଘାତ ଲାଗିଥିବା ଅନୁମାନ କରାଯାଉଛି । ଛୁଆ ହାତୀଟି ହାତୀପଲ ମଧ୍ୟରେ ଥିବାରୁ ଚିକିତ୍ସାରେ ବାଧା ଉପୁଜୁଥିବା କହିଛନ୍ତି କେନ୍ଦୁଝର ଡିଏଫ୍ଓ ।