ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କୋଲେଷ୍ଟେରଲ୍‌ ବଢ଼ାଏ ଖରାପ ଜୀବନଶୈଳୀ, ଏହି ସବୁ ଜିନିଷରୁ ରୁହନ୍ତୁ ଦୁରେଇ

ଭୁବନେଶ୍ୱର ୦୧/୦୩: କୋଲେଷ୍ଟେରଲ୍‌ ହେଉଛି ରକ୍ତରେ ଦେଖାଯାଉଥିବା ମହମ ପରି ପଦାର୍ଥ । ଶରୀରରେ ସୁସ୍ଥ କୋଷିକାର ନିର୍ମାଣ ପାଇଁ ଏହାର ଆବଶ୍ୟକତା ରହିଥାଏ । କିନ୍ତୁ ସୁସ୍ଥ ରହିବା ପାଇଁ ଏହି କୋଲେଷ୍ଟେରଲ୍‌ ସ୍ତର ନିୟନ୍ତ୍ରଣରେ ରହିବା ଜରୁରି । ନଚେତ୍‌ ବଢୁଥିବା କୋଲୋଷ୍ଟେରଲ୍‌ ସ୍ତର ହୃଦ୍‌ରୋଗର ଆଶଙ୍କା ବଢାଇପାରେ । ଚାଲନ୍ତୁ ଦେଖିବା ନିୟମିତ ଜୀବନଶୈଳୀରେ କେଉଁ ଦିଗଗୁଡିକ ଆମ କୋଲେଷ୍ଟେରଲ୍‌କୁ ବଢାଇବାରେ ସାହାଯ୍ୟ କରିଥାଏ ।

ଫାଇବର କମ୍‌ ଖାଇବା :

ଶରୀର ପାଇଁ ଫାଇବର ଖୁବ୍‌ ଜରୁରି । ଏହାର ଅଭାବ ଅନେକ ରୋଗର କାରଣ ହୋଇପାରେ । ଏପରିକି କୋଲେଷ୍ଟେରଲ୍‌ ମଧ୍ୟ ବଢିପାରେ । ସେଥିପାଇଁ ଡାଏଟ୍‌ରେ ଭରପୂର ମାତ୍ରାରେ ଫାଇବର ସାମିଲ୍‌ କରିବା ଦରକାର । ନିୟମିତ ୨୦ରୁ ୩୦ ଗ୍ରାମ୍‌ ଫାଇବର ଶରୀର ପାଇଁ ଜରୁରି ।

ପ୍ୟାକେଜ୍‌ ଖାଦ୍ୟ ଖାଇବା :

ଆଜିକାଲି ପ୍ରାୟ ଲୋକ ସ୍ନାକ୍ସ, ସକାଳ ଟିଫିନ୍‌ରେ ପ୍ୟାକେଜ୍‌ଡ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ । ଏପରିକି କୋଲେଷ୍ଟେରଲ୍‌ ବଢିବାର ଅନ୍ୟତମ କାରଣ ମଧ୍ୟ । ପ୍ୟାକେଟ୍‌ ଖାଦ୍ୟ ଅଧିକ କ୍ୟାଲୋରୀ ଯୁକ୍ତ, ଯାହା ଓଜନ ବଢାଇଥାଏ । ଏଥିରେ ଥିବା ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ କୋଲେଷ୍ଟେରଲ୍‌ ବଢାଇବାର ପ୍ରମୁଖ କାରଣ ସାଜିଥାଏ । 

ସୋୟାଠାରୂ ଦୂରେଇ ରହିବା :

ପ୍ରାୟ ଲୋକ ସୋୟା ଜାତୀୟ ଉତ୍ପାଦଠାରୂ ଦୂରେଇ ରହିଥାନ୍ତି, ଯାହାକି ଶରୀର ପାଇଁ ଖୁବ୍‌ ଜରୁରି । ସୋୟାରେ ମହଜୁଦ୍‌ ତତ୍ତ୍ୱ ଆମ ଶରୀର ପାଇଁ ଖୁବ୍‌ ଜରୁରି । ସୋୟାରେ ଥିବା ଫାଇଟୋଏଷ୍ଟ୍ରେଜେନ୍‌ କୋଲେଷ୍ଟେରଲ୍‌ ଅବଶୋଷଣକୁ ରୋକିଥାଏ । ଏଥିସହିତ ଏଲ୍‌ଡିଏଲ୍‌ କୋଲେଷ୍ଟେରଲ୍‌କୁ କମ୍‌ କରିଥାଏ । 

ଅଧିକ ଡାଏରୀ ଉତ୍ପାଦ :

ଡାଏରୀ ଉତ୍ପାଦ ଶରୀର ପାଇଁ ଆବଶ୍ୟକ । ଏଥିରୁ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ମିଳିଥାଏ । କିନ୍ତୁ ଅଧିକ କୋଲେଷ୍ଟେରଲ୍‌ ଥିବା ବ୍ୟକ୍ତି ଡାଏରୀ ଉତ୍ପାଦଠାରୁ ଦୂରେଇ ରହିବା ଜରୁରି । ପନୀରରେ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଅଧିକ ରହିଥାଏ, ଯାହା କୋଲେଷ୍ଟେରଲ୍‌ ସ୍ତର ବଢାଇବା ସହ ଧମନୀକୁ ସଙ୍କୁଚିତ କରିଥାଏ । 

ଅଧିକ ମାଂସ ଓ ଛଣା ଖାଦ୍ୟ ଖାଇବା :

ମାଂସରେ ଅଧିକ ପରିମାଣର କ୍ୟାଲୋରୀ ରହିଥାଏ । ତେଣୁ ଯେଉଁମାନଙ୍କଠାରେ ଅଧିକ କୋଲେଷ୍ଟେରଲ୍‌ ସମସ୍ୟା ରହିଥିବ ସେମାନେ ଏହି ଖାଦ୍ୟଠାରୁ ଦୂରେଇ ରହିବା ଜରୁରି । ଯଦିଓ ନିରାମିଶ ଖାଉଥାନ୍ତି, ତେବେ କମ୍‌ ଖାଇବା ଉଚିତ୍‌ । ସେହିପରି କୌଣସି ଛଣାଛଣି ଖାଦ୍ୟ ମଧ୍ୟ କୋଲେଷ୍ଟେରଲ୍‌ ବଢାଇବାର ପ୍ରମୁଖ କାରଣ ହୋଇପାରେ । ତେଣୁ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ଭଲ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.