ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଝାମଣା ପାଇଁ ବଡ଼ଚଣା ସହଜ ବିକଳ୍ପ !

ଯଯାତିନଗର, ୧୮/୦୩ : ୨୦୨୪ ନିର୍ବାଚନ ବିଗୁଲ ବାଜିଲା । ଭୋଟର ପ୍ରାର୍ଥୀଙ୍କ ମୁହଁ ଦେଖିବାକୁ ଚାତକ ନୟନରେ ଅପେକ୍ଷା କରିଛନ୍ତି । ଦଳୀୟ କର୍ମୀ ନିର୍ବାଚନ ରଣାଙ୍ଗନରେ ଲମ୍ପ ଦେବାକୁ ଉଦ୍ୟତ । ଏଭଳି ସନ୍ଦିକ୍ଷଣରେ ମୁଖ୍ୟ ରାଜନୈତିକ ଦଳ ଓ ଆଶାୟୀ ପ୍ରାର୍ଥୀ ନିଦାବିଷ୍ଣୁ ସାଜିଛନ୍ତି । ବିଜେଡି-ବିଜେପି ମଧ୍ୟରେ ସନ୍ଧି ହେବ କି ନାହିଁ ? ସନ୍ଧିର ସର୍ତ୍ତ କ’ଣ ରହିବ? କେଉଁ ଆସନରେ କେଉଁ ଦଳ ଲଢ଼ିବ? କାହା ମୁଣ୍ଡରେ ସୁନା କଳସ ଓ କାହା କପାଳ ଫାଟିବ ସେ ସମ୍ପର୍କରେ ଜିଲ୍ଲାସାରା ଚର୍ଚ୍ଚା ଚାଲିଛି । ବିଜେଡି-ବିଜେପି ମଧ୍ୟରେ ବୁଝାମଣା ନ ହେଲେ, ଜିଲ୍ଲାରେ ୭ଟି ଯାକ ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ଲଢ଼ିବେ । ଏଭଳି ସ୍ଥିତିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ଭୋଟର ଆପାତତଃ ନିଶ୍ଚିତ ଅଛନ୍ତି । 

ଯଦି ଆସନ ବୁଝାମଣା ହୁଏ, ତେବେ ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏ କିମ୍ବା ୨ଟି ଆସନ ପାଇଁ ବିଜେପି ଦାବି କରିପାରେ । ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ହୋଇଥିଲା । କୋରେଇ ବିଧାନସଭା ଆସନ ବିଜେପି ଭାଗରେ ରହିଥିଲା । ବିଜେପି ନିଜର ପାରମ୍ପରିକ ଆସନ ଭାବେ କୋରେଇ ଉପରେ ନଜର ପକାଇ ପାରେ । କୋରେଇରେ ବିଜେଡିର ଜଣେ ପ୍ରଭାବଶାଳୀ ନେତା ପ୍ରାର୍ଥୀ ହେବାର ସମ୍ଭାବନା ରହିଥିବାରୁ, ବିଜେପି ୨ୟ ପସନ୍ଦ ଭାବେ ବଡ଼ଚଣାକୁ ଦାବି କରିପାରେ । ବଡ଼ଚଣାକୁ ବିଜେପି ଲକ୍ଷ୍ୟସ୍ଥଳ କରିବା ପଛରେ ବଳିଷ୍ଠ ଯୁକ୍ତି ବି ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୧୫ ଶହ ଭୋଟ୍‌ ବ୍ୟବଧାନରେ ଏହି ଆସନରେ ପରାସ୍ତ ହୋଇଥିଲା । ୨୦୧୯ ବିଧାନସଭା ନିର୍ବାଚନର ଭୋଟ୍‌ ପରିସଂଖ୍ୟାନକୁ ମାପକାଠି କରାଗଲେ, ବଡ଼ଚଣା ଆସନ ଉପରେ ବିଜେପି ନଜର ପକାଇ ପାରିବ । ବିଜେଡିର ପ୍ରଭାବଶାଳୀ ନେତା ନେତ୍ରୀ ଜିଲ୍ଲାର ଅନ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିନିଧିତ୍ୱ କରୁଥିବାରୁ, ବରୀ, ବଡ଼ଚଣା ଓ କୋରେଇକୁ ବିଜେପି ମୂଲଚାଲର ‘ସହଜ ବିକଳ୍ପ’ ଆସନ ଭାବେ ଲକ୍ଷ୍ୟସ୍ଥଳ କରିପାରେ! ବିଜେଡିର ମତିଗତି ଯାହା, ଯାଜପୁର ଜିଲ୍ଲାରେ ବିଜେପିକୁ ଗୋଟିଏ ଆସନ ବୁଝାମଣା କିମ୍ବା ମୂଲଚାଲରେ ଛାଡ଼ିପାରେ । ବରୀ ଓ କୋରେଇରେ ବିଜେଡି ପ୍ରାର୍ଥୀ ବଦଳ କରିବା ସହ, ଆପାତତଃ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ସାରିଛି । ଏହି କ୍ରମରେ ବଡ଼ଚଣା ଆସନକୁ ବିଜେଡି ‘ବୁଝାମଣା ଗୋଟି’ରେ ଛାଡ଼ି ଦେଇପାରେ । ବଡ଼ଚଣାରେ ବିଜେଡି ପ୍ରାର୍ଥୀ ବଦଳ କରିବାକୁ ବହୁ ପୂର୍ବରୁ ପ୍ରସ୍ତୁତି ଚଳାଇଛି । ଅପରପକ୍ଷରେ ବହୁଦିନ ତଳୁ ବଡ଼ଚଣାରେ ବିଜେଡିର ତୀବ୍ର ଗୋଷ୍ଠୀ କନ୍ଦଳ ରହିଛି । ବିଜେଡି ଗୃହଯୁଦ୍ଧରୁ ବର୍ତ୍ତିବା ପାଇଁ ବୁଝାମଣା ବ୍ୟବସ୍ଥାରେ ବଡ଼ଚଣାକୁ ହାତଛଡ଼ା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.