ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋର୍‌ଦାର୍‌..୧୫ଟି ପାର୍କିଂ ଜାଗା ପାଇଁ ଟେଣ୍ଡର ଡାକିଲା ସିଏମ୍‌ସି, ଯାତାୟତ ପାଇଁ ରୁଟ୍‌ ପ୍ରସ୍ତୁତ କଲା ପୋଲିସ

କଟକ,୦୯/୧୧: ଚଳିତ ବର୍ଷ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋର୍‌ ଧରିଲାଣି । ବିଶେଷକରି ଭିତ୍ତିଭୂମି କାମ ଆରମ୍ଭ ହୋଇଥିଲା ବେଳେ ଅଧିକାଂଶ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ପର୍ଯ୍ୟାରେ  ରହିଛି । ଏସବୁ ମଧ୍ୟରେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକଙ୍କ ନିମନ୍ତେ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଲିସ୍‌  ପକ୍ଷରୁ ଯା’ଆସ ପାଇଁ ରୁଟ୍‌ ଚାର୍ଟ ପ୍ରସ୍ତୁତ କରି  ସିଏମ୍‌ସିକୁ ଦିଆଯାଇଥିଲାବେଳେ ସିଏମ୍‌ସି ପାର୍କି  ଦର ଧାର୍ଯ୍ୟ କରି ପଡିଆ ବାହାର ଓ ଭିତରେ  ମିଶାଇ ୧୫ଟି ସ୍ଥାନ ପାଇଁ ଟେଣ୍ଡର୍‌ ଡାକିଛି  ସିଏମ୍‌ସି । ଯାହା ଆସନ୍ତା ୨୦ ତାରିଖ ସୁଦ୍ଧା  ଚୂଡ଼ାନ୍ତ କରାଯାଇ ପାର୍କିଂ ସ୍ଥାନ ବଣ୍ଟନ କରାଯିବ । ତେବେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟରେ ଦୁଇ  ଚକିଆ ଯାନ ପାର୍କିଂ ପାଇଁ ୫୦ ଟଙ୍କା ଧାର୍ଯ୍ୟ  ହୋଇଥିଲାବେଳେ ଦର ଅଧିକ ଥିବାରୁ ଲୋକଙ୍କୁ  ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । 

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସିଏମ୍‌ସି  ପକ୍ଷରୁ ବାଲିଯାତ୍ରାକୁ ଆସୁଥିବା ବିଭିନ୍ନ ଲୋକଙ୍କ  ପାଇଁ ସବୁ ଦିଗରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ବିଶେଷ କରି ପଡ଼ିଆ ମଧ୍ୟରେ  ଉଭୟ ପଟୁ ଆସିବାକୁ ଥିବା  ଲୋକଙ୍କ ପାଇଁ ଉଭୟ ପାଶ୍ୱର୍ରେ  ପାର୍କିଂ ବ୍ୟବସ୍ଥା କରାଯାଇଛି। ସମୁଦାୟ  ୯ଟି ପାର୍କିଂ ପଡିଆ ମଧ୍ୟରେ ରହିଛି । ଏଥିପାଇଁ ବିଭିନ୍ନ ଦରରେ ସିଏମ୍‌ସି ଟେଣ୍ଡର୍‌  ଡାକିଛି । ତାହାବାଦ୍‌ ଖ୍ରିଷ୍ଟିଆନ୍‌ ପଡିଆ, ଦୟାଶ୍ରମ  ସାମ୍ନା, ଗୋରାକବର ପଡିଆ, ବକ୍ଲି ବାଳିକା  ବିଦ୍ୟାଳୟ, ଭୂଆସୁଣୀ ପଡିଆ ଓ ହାଡିଆ ପଠାକୁ  ମଧ୍ୟ ପାର୍କିଂ କରାଯାଇଛି । 

ତେବେ ଚଳିତ ବର୍ଷ ପାର୍କିଂ ପାଇଁ ଗତ ବର୍ଷ ଭଳି ସମାନ ରହିଛି ଦର ।  ଏ ବର୍ଷ ମଧ୍ୟ ୧୨ ଘଣ୍ଟା ପର୍ଯ୍ୟନ୍ତ ସାଇକେଲ୍‌ ବା  ଟ୍ରାଇ ସାଇକେଲ୍‌ ପାର୍କିଂ ପାଇଁ ୧୦ ଟଙ୍କା, ଦୁଇ  ଚକିଆ ସ୍କୁଟର ଓ ବାଇକ୍‌ ପାଇଁ ୫୦ଟଙ୍କା, ତିନି  ଚକିଆ ଅଟୋ ଓ କାର୍‌ ପାଇଁ ୧୦୦ ଟଙ୍କା ଓ କାର୍‌  ବସ୍‌ ପାଇଁ ୧୫୦ ଟଙ୍କା ଧାର୍ଯ୍ୟ ହୋଇଛି । ଧାର୍ଯ୍ୟ  ଦରରୁ କେହି ଅଧିକ ଟଙ୍କା ନେଲେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

କେଉଁଆଡୁ ଆସିଲେ.. କେଉଁଠି ଗାଡ଼ି ରଖିବେ..

ଚାଉଳିଆଗଞ୍ଜ, ଓଏମ୍‌ପି ଓ କାଳିଆବୁଦା ଦେଇ ଆସୁଥିବା ଲୋକମାନେ ବୋଟ୍‌ କ୍ଲବ୍‌ର ପ୍ରବେଶ ପଥରେ ଥିବା ୩ ଟି ପାର୍କିଂ ସମେତ ସୃଷ୍ଟି ହସ୍ପିଟାଲ୍‌ ସମ୍ମୁଖରେ ଥିବା ସିଏମ୍‌ସି ପାର୍କିଂ ସ୍ଥାନରେ ଗାଡି ରଖିପାରିବେ।

ଭୁବନେଶ୍ୱରରୁ ଯେଉଁ ଲୋକମାନେ ସୁଭାସ ସେତୁ କିମ୍ବା ମଧୁ ସେତୁ ପାର୍ଶ୍ୱରୁ ଆସୁଛନ୍ତି ସେମାନେ କ୍ୟାଣ୍ଟନମେଣ୍ଟ୍‌ ଥାନା ସମ୍ମୁଖରେ ଥିବା ଦୁଇଟି ପଡିଆରେ ଗାଡି ପାର୍କିଂ କରିପାରିବେ ।

କାର୍ତ୍ତିକେଶ୍ୱର ଗଡା ୧ ଓ ୨ ପାର୍କିଂ ସ୍ଥାନ ପୂରଣ ହେବା ପରେ ଲୋକମାନେ ଭୂଆସୁଣୀ ପଡିଆ, ବିଜୁ ପଟ୍ଟନାୟକ ପାର୍କ ପାର୍କିଂରେ ରଖିପାରିବେ। ଧବଳେଶ୍ୱର ପାର୍ଶ୍ୱରୁ ଆସୁଥିବା ଲୋକମାନେ ସେଠାରେ ଗାଡି ରଖିପାରିବେ ।

ସହର ଭିତରୁ ଆସୁଥିବା ଲୋକମାନେ ସେମାନଙ୍କ ଗାଡି ଦୟାଶ୍ରମ ପଡିଆ ଓ ଖ୍ରୀଷ୍ଟିଆନ୍‌ ପଡିଆରେ ହୋଇଥିବା ପାର୍କିଂରେ ଗାଡି ରଖିବେ ।

ତାହାବାଦ୍‌ ଭିଆଇପି ଲୋକଙ୍କ ପାଇଁ ମଞ୍ଚ ପଛ ପାର୍ଶ୍ୱରେ ବ୍ୟବସ୍ଥା କରାଯାଇଛି ।

  • prameyanews
  • PrameyaOdia
  • prameya
  • BaliYatra
  • Copyright © 2022 - Summa Real Media Private Limited. All Rights Reserved.