ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଏଥର ବାଲିଯାତ୍ରାରେ ମନମୋହିବ ‘କଟକ ଇନ୍‌ କଟକ’ର ଗାଁ ପରିବେଶ, ୧୩ ଫୁଟ୍‌ର ‘ମତ୍ସ୍ୟ କନ୍ୟା’ ସାଜିବ ଆକର୍ଷଣ

କଟକ,୧୮/୧୧: ଗାଁ ଧୂଳି ଦାଣ୍ଡରୁ  ଆରମ୍ଭ କରି ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ । ତା  ମଧ୍ୟରେ ଗାଁ ପୋଖରୀ ଆଉ ଅଙ୍ଗନବାଡି ଓ ସ୍କୁଲ୍‌ ।  ଆଲୋକୀକରଣ ବ୍ୟବସ୍ଥା ସମେତ ଗାଁ ପରିବେଶର  ଏକ ଅନନ୍ୟ ଅନୁଭବ । ସହରୀ ଜାକଜମକରେ  ଦେଖିବାକୁ ମିଳିବ ଗାଁ ପରିବେଶ । ଏଥିପାଇଁ ‘କଟକ  ଇନ୍‌ କଟକ’ରେ ଜାରି ରହିଛି କାର୍ଯ୍ୟ । ସବୁଠୁ ବଡ  କଥା ହେଉଛି ଯେ, ଏହି ଗାଁ ପରିବେଶ ମଧ୍ୟରେ  ପ୍ରବେଶ ପଥ ମାନଙ୍କରେ ଆକର୍ଷଣ ସାଜିବ ମତ୍ସ୍ୟ କନ୍ୟା । ପାଖାପାଖି ୧୩ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି  ମତ୍ସ୍ୟକନ୍ୟାରେ ରହିବ ସଚେତନତାର ବାର୍ତ୍ତା ।  

ଗତ ବର୍ଷ ବାଲିଯାତ୍ରାରେ ଆକର୍ଷଣର  କେନ୍ଦ୍ରବିଦୁ ସାଜିଥିଲା ‘କଟକ ଇନ୍‌ କଟକ’ । ଏହାକୁ  ଦୃଷ୍ଟିରେ ରଖି ଚଳିତ ବର୍ଷ ଗତ ବର୍ଷ ଭଳି ସାଜସଜା  କରିବାକୁ ଯୋଜନା ରହିଛି । ଏଥିପାଇଁ  ଟେଣ୍ଡର୍‌ ମାଧ୍ୟମରେ ଆଇବଲ୍‌ ନାମକ  ସଂସ୍ଥାକୁ ଦିଆଯାଇଛି । ଭୁବନେଶ୍ୱରର  ସୁବାସ କ୍ରିଏସନ୍‌ ଦ୍ୱାରା ଏହାର  ନିର୍ମାଣ କାର୍ଯ୍ୟ ଜାରି ରଖିଛି ।  ସୁବାସ କ୍ରିଏସନ୍‌ର ସୁବାସ ସାହୁ,  ରଞ୍ଜନ ପରିଡା, ସାରଦା ନାୟକଙ୍କ  ନେତୃତ୍ୱରେ ୬୦ଜଣ କାରିଗର  ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । ଏଥିରେ ୭୦ଟି  ବିଭିନ୍ନ ଘର ଆଦି ତିଆରି ହେବ । ଭାଗବତ  ଟୁଙ୍ଗିରୁ ନେଇ ଅଙ୍ଗନବାଡି କେନ୍ଦ୍ର ରହିବ । ମୋ  ସ୍କୁଲ୍‌ ମଧ୍ୟ ସ୍ଥାନ ପାଇଛି । ତା ସହିତ ନୂଆ ନୂଆ  ଡିଜାଇନ୍‌ରେ ସେଲ୍‌ଫି ଜୋନ୍‌ ରହିଛି । ଏହାବାଦ୍‌ ବିଭିନ୍ନ ସ୍ଥାନରେ ୮ଟି ମତ୍ସ୍ୟ କନ୍ୟା ନିର୍ମାଣ କରାଯିବ ।

  • prameyanews
  • PrameyaOdia
  • prameya
  • BaliYatra
  • Copyright © 2022 - Summa Real Media Private Limited. All Rights Reserved.