ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର:୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ରାଜଧାନୀ ମାନ୍ୟତା ମିଳିଥିଲା । ଇତିମଧ୍ୟରେ ୭୬ବର୍ଷ ଅତିକ୍ରାନ୍ତ ହୋଇଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଏହା ଏକ ଆଦର୍ଶ ନଗରୀରେ ପରିଣତ ହେବ ବୋଲି କହିଥିଲେ । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୭୦୦ ମନ୍ଦିର ଅଛି । ସେଇଥିପାଇଁ ଭୁବନେଶ୍ୱରକୁ ମଧ୍ୟ ମନ୍ଦିରମାଳିନୀ ସହର ବୋଲି କୁହାଯାଏ । ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟ ନାମ ତ୍ରିଭୁବନେଶ୍ୱର ନାମରୁ ଆସିଛି ।

ମନ୍ଦିରମାଳିନୀ ସହର ଦେଶର ଏକ ନମ୍ବର ସ୍ମାର୍ଟ ସିଟିରେ ପରିଣତ ହୋଇଛି । ୧୯୪୮ ମସିହାରେ ବିଜ୍ଞପିତ ଅଞ୍ଚଳ, ଏହାପରେ ୧୯୭୯ରେ ମ୍ୟୁନିସିପାଲିଟି ମାନ୍ୟତା ପାଇଥିଲା । ଶେଷରେ ୧୯୯୪ ମସିହାରେ ମହାନଗର ନିଗମ ମାନ୍ୟତା ପାଇଥିଲା । ଭୁବନେଶ୍ୱରକୁ ଏକ ମନୋହର ନଗରୀ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥାପତି ଓ ପ୍ଲାନର "ଅଟୋ କନିଂସବର୍ଗର’ ମୁଖ୍ୟ ବିନ୍ଧାଣି ସାଜି ଭୁବନେଶ୍ୱର ପାଇଁ ଡିଜାଇନ ପ୍ରସ୍ତୁତ କରିଥିଲେ ।

ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟରେ ଭରପୂର ଭୁବନେଶ୍ୱର ବିଶ୍ୱ ଦରବାରରେ ନୂଆ ରୂପରେ ପରିଚିତ ହୋଇଛି । ଏକଦା ବଣ, ପାହାଡ଼ଘେରା ଥିବା ରାଜଧାନୀ ଆଜି ଏବେ ସ୍ମାର୍ଟ ସିଟିରେ ପରିଣତ ହୋଇଛି । ଚକାଚକ୍‌ ରାସ୍ତା, ବଡ଼ ବଡ଼ ଫ୍ଲାଏଓଭର ହୋଇଛି । ଏକ ବିକଶିତ ସହର ପାଇଁ ଯେଉଁ ସ୍ୱପ୍ନ ଦେଖୁଥିବା ରାଜଧାନୀ ଅନେକ ବିକାଶମୂଳକ କାମ ଚାଲିଛି । କେବଳ ଖଣ୍ଡଗିରି, ଉଦୟଗିରି, ଶ୍ରୀଲିଙ୍ଗରାଜ ମନ୍ଦିରକୁ ନେଇ ଭୁବନେଶ୍ୱର ପରିଚୟ ସୀମିତ ନାହିଁ । ଆଜି ବିଶ୍ୱ ଦରବାରରେ ଭୁବନେଶ୍ୱର ଶିକ୍ଷା ହବ୍‌, ଆଇଟି ହବ୍‌’ର ପରିଚୟ ପାଇଛି । ଆଇଆଇଟି, ଏମ୍‌ସ, ନାଇଜର, ଓୟୁଏଟି, ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍‌ ଓ ସୋଆ ଭୁବନେଶ୍ୱରର ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ପୁରୁଷ ହକି ବିଶ୍ୱକପ୍‌, ଏସିଆନ୍‌ ଆଥଲେଟିକ୍‌ ଗେମ୍‌ ଭଳି ଆନ୍ତର୍ଜାତିକ କ୍ରୀଡ଼ା ଆୟୋଜନ କରି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ।

୧୯୫୮ ମସିହା ଜାନୁଆରୀ ୧ ତାରିଖରେ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଉତ୍କଳ ବିଶ୍ୱବିଦ୍ୟାଳୟ ନୂତନ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ । ୧୯୬୩ ଜାନୁଆରୀ ୨ ତାରିଖରେ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏହାର ଉଦ୍‌ଘାଟନ କରିଥିଲେ । ଏହା ପୂର୍ବରୁ ୧୯୪୩ ମସିହାରେ କଟକ ରେଭେନ୍‌ସା କଲେଜ କ୍ୟାମ୍ପସରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇଥିଲା । ନୂଆ କ୍ୟାମ୍ପସ ହେବାପରେ ଏହା ଭୁବନେଶ୍ୱରକୁ ଉଠି ଆସିଥିଲା । ସେହିପରି ନୂଆ ରାଜଧାନୀ ହେଲାପରେ ଭୁବନେଶ୍ୱରରୁ ବିଧାନସଭା ଚାଲିଲା । ଏହା ଆଗରୁ କଟକ ରେଭେନ୍‌ସା କଲେଜର ଆସେମ୍ବଲୀ ହଲ୍‌ରେ ବିଧାନସଭା ଚାଲୁଥିଲା । ପ୍ରଥମେ ୟୁନିଟ୍‌-୨ ଅଞ୍ଚଳରେ ବିଧାନ ସୌଧ ନିର୍ମାଣ ହେଲା । ସେଠାରେ କିଛି ଦିନ ବିଧାନସଭା ଚାଲିବା ପରେ ନୂଆ ବିଧାନସଭା ବିଲଡିଂ ନିର୍ମାଣ ହେଲା । ନୂଆ ରାଜଧାନୀ ଗଢ଼ି ତୋଳିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ୍‌ । ଆଗକୁ ଆହୁରି ଯେପରି ରାଜଧାନୀ ଭୁବନେଶ୍ୱର ଦୃଢ଼ତାର ସହ ବିଶ୍ୱ ଦରବାରରେ ନିଜ ଖ୍ୟାତି ଅର୍ଜନ କରିପାରିବ ଓ ପ୍ରତିଟି ଲୋକର ଦୃଷ୍ଟିଆକର୍ଷଣ କରିପାରିବ, ଏହା ପ୍ରତିଟି ଲୋକର ଉଦ୍ଦେଶ୍ୟ ହେବା ଉଚିତ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.