ମାଲକାନଗିରି : ନବରଙ୍ଗପୁର ଭାରତୀୟ ଜନତା ଦଳର ସାଂସଦ ପ୍ରାର୍ଥୀଙ୍କୁ ମାଲକାନଗିରିରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜି ଜିଲ୍ଲା ସଦରରେ ଶ୍ରୀ ମାଝି ପହଞ୍ଚି ଥିବା ବେଳେ ପ୍ରଥମେ ଭୈରବୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ପରେ ଶ୍ରୀମାଝି ଜିଲ୍ଲା ସଦରର ସୁବାସ ଛକ ନିକଟରେ ପହଞ୍ଚି ଛକ ନିକଟରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ, ଦଳ ତରଫରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପମାଳ ଦେଇ ମୁଖ୍ୟ ରାସ୍ତାରେ ଏକ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ନିଆ ଯାଇଥିଲା।
ସେଠାରେ ଶ୍ରୀ ମାଝିଙ୍କ ଅଧ୍ୟକ୍ଷତାରେ ଦଳୀୟ କର୍ମୀଙ୍କ ସହ ଆଗାମୀ ନିର୍ବାଚନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିମୟ ପାଲ , ଜିଲ୍ଲା ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ , ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର , ବାପି ପାଢୀଙ୍କ ସହ ଶତାଧିକ ଦଳୀୟ କର୍ମୀ ଓ ନେତୃ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ।