ପ୍ରମୂଖ ଖବର

ବିଜେପି ଉଠାଇଲା ହରିୟାଣା ନିର୍ବାଚନ ତାରିଖ ପରିବର୍ତ୍ତନ କରିବାର ଦାବି, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ, ୨୪/୮ :  ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ନିର୍ବାଚନ ଆୟୋଗ ଏ‌ ନେଇ ତାରିଖ ଘୋଣଷା କରି ଦେଇଛନ୍ତି।  ରାଜ୍ୟର ସମସ୍ତ ୯୦ସିଟ୍ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ହରିୟାଣାରେ ୧ ଅକ୍ଟୋବରରେ ଭୋଟ ହେବ ଏବଂ ଫଳାଫଳ ୪ ଅକ୍ଟୋବରରେ ଆସିବ । ଭାରତୀୟ ଜନତା ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ଲାଗି ମତଦାନ ତାରିଖ ପରିବର୍ତ୍ତନ କରିବା ଲାଗି ଦାବି କରିଛି ।

ହରିୟାଣାର ବିଜେପି ଅଧ୍ୟକ୍ଷ ମୋହନ ଲାଲ ବଡ଼ୋଲୀ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ କମ୍ ମତଦାନ ଭୟରେ ୧ଅକ୍ଟୋବରର ମତଦାନ ତାରିଖକୁ ପରିବର୍ତ୍ତନ କରିବା ଲାଗି କହିଛନ୍ତି । ତାଙ୍କର କହିବା ଅନୁସାରେ ୧ଅକ୍ଟୋବରର ମତାଦନ ତାରିଖ ପୂର୍ବରୁ ଏବଂ ପରେ କେତେକ ଛୁଟି ଅଛି । ଯେଉଁ କାରଣରୁ କମ୍ ମତଦାନ ହୋଇପାରେ । ଏଥିଲାଗି ଏହି ତାରିଖକୁ ପରିବର୍ତ୍ତନ କରିବା ଆବଶ୍ୟକ । 

ମୋହନ ଲାଲ ବଡୋଲୀ ଆୟୋଗଙ୍କୁ ଚିଠି ଲେଖି କହିଥିଲେ କି ୧ଅକ୍ଟୋବରରେ ମତଦାନ ଦିନର ଆଗ ଏବଂ ପୂର୍ବରୁ ଛୁଟି ପଡ଼ୁଛି । ଏହି ଛୁଟି କାରଣରୁ ଲୋକ ବାହାରକୁ ବୁଲିବାକୁ ଯାଇପାରନ୍ତି । ଏହାର ପ୍ରଭାବ ମତଦାନ ପ୍ରତିଶତ ଉପରେ ପଡ଼ିପାରେ । ସେ ଏହି ଆଧାରରେ ନିର୍ବାଚନ ଆୟୋଗ ଏବଂ ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମତଦାନର ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.