ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ବେଧଡ଼କ ଭାବେ ଚାଲିଛି ଜଙ୍ଗଲ ଜମି ଖନନ, କାର୍ଯ୍ୟାନୁଷ୍ଠାନ ଦାବି

ହରଭଙ୍ଗା, ୦୬/୦୯ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ହରଭଙ୍ଗା ତହସିଲ ଅନ୍ତର୍ଗତ ଶୁରୁଣ୍ଡୀ ଗ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଆରଡି ରାସ୍ତା ଠାରୁ ମହାନଦୀକୁ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ଵରେ ମୃତ୍ତିକା ଖନନ କାର୍ଯ୍ଯ ଚାଲିଛି। ଯାହାକି ସୁରୂଣ୍ଡି ଗ୍ରାମବାସୀଙ୍କୁ ଚକିତ କରିଛି। 

ସୁଚନାନୁଯାୟୀ, ଶରତ ବେହେରା ନାମକ ଜଣେ ବାଲି ବ୍ୟବସାୟୀ ଗତ ଦୁଇ ବର୍ଷ ପୂର୍ବେ ସୁଋଣ୍ଡୀ ବାଲି ଘାଟକୁ ନିଲାମ ନେଇଥିଲେ। ଏହାର କିଛି ଦିନ ପରେ ପଡ଼ୋଶୀ କନ୍ଧମାଳ ଜିଲ୍ଲାକୁ ମଧ୍ଯ ବାଲି ଚାଲାଣ ହୋଇଥିଲା। ତା ପରେ ରାସ୍ତାର ଉଭୟ ପାର୍ଶ୍ଵର ମୃତ୍ତିକା ଖନନ କରିବା ସହିତ ଚାରିପଟେ ଥିବା ଗୋଚର ଜମିରେ ବାଲି ଆଣି ଗଦା କରିଛନ୍ତି। ଯାହା ଫଳରେ ଗ୍ରାମର ଗାଈ ଗୋରୁ ଚରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏମିତିକି ରାସ୍ତାର ଉଭୟ ପାର୍ଶ୍ଵର ମୃର୍ତିକା ଖନନ ଦ୍ଵାରା ପାଖ ଜଙ୍ଗଲ ନଷ୍ଟ ହେବାର ଖବର ମଧ୍ୟ ସାମ୍ନାକୁ ଆସିଛି। ଏପରି ମୃତ୍ତିକା ଖନନ କରି ଜଙ୍ଗଲ ନଷ୍ଟ କରିବା, ଗୋଚର ଜମିରେ ବାଲି ଗଦା କରି ରଖିବା, ବେଧଡକ ବାଲି ଚାଲାଣ କରିବା ଇତ୍ୟାଦି କାର୍ଯ୍ଯ ସବୁ କାହା ସ୍ବାର୍ଥରେ ହେଉଛି, ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ସ୍ଥାନୀୟ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବୀ ହେଉଛି।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.