ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ICMRର ପରାମର୍ଶ : ବ୍ରେଡ୍,ବଟର୍ ଏବଂ କୁକିଙ୍ଗ ଅଏଲର ମାତ୍ରାଧିକ ବ୍ୟବହାର ହାନିକାରକ

ଭୁବନେଶ୍ୱର, ୩।୬: ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR)ନିଜ ଗାଇଡଲାଇନରେ ବ୍ରେଡ୍, ବଟର୍ ଏବଂ କୁକିଙ୍ଗ ଅଏଲ ସମେତ ଅନ୍ୟ କିଛି ଖାଦ୍ୟକୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ କହି ଏହାକୁ ଅଲଟ୍ରା ପ୍ରୋସେସ୍ଡ ଫୁଡ୍ ଅନ୍ତର୍ଗତ କରାଇଛନ୍ତି । ICMR ଅନୁଯାୟୀ, ଗ୍ରୁପ ସି ଖାଦ୍ୟରେ ବ୍ରେଡ୍, କେକ୍, ଚିପ୍ସ, ବିସ୍କୁଟ, ଫ୍ରାଇଜ୍, ଜାମ୍, ସସ୍, ମାୟୋନିଜ୍, ଆଇସ୍କ୍ରିମ୍, ପ୍ରୋଟିନ୍ ପ୍ୟାକ୍ ପାଉଡର, ପିନଟ୍ ବଟର୍, ସୋୟା ଚଙ୍କ୍ସ, ଟୋଫୁ ଭଳି ଖାଦ୍ୟ ପଦାର୍ଥ ରହିଛି । ବଟର, ସସ୍, ଶସ୍ୟ, ବାଜରା ଏବଂ ପ୍ରୋସେସ୍ଡ ଅଟା, ଏନର୍ଜି ଡ୍ରିଙ୍କସ, କ୍ଷୀର, କୋଲ୍ଡ ଡ୍ରିଙ୍କସ ଏବଂ ଜୁସ୍ ଭଳି ଖାଦ୍ୟ ପାଦାର୍ଥଗୁଡ଼ିକୁ ICMR ଗ୍ରୁପ୍ ସି ଅନ୍ତର୍ଗତ କରାଇଛନ୍ତି । 

ଅଲଟ୍ରା ପ୍ରୋସେସ୍ଡ ଫୁଡ୍ କ’ଣ ? 

ଅଲଟ୍ରା ପ୍ରୋସେସ୍ଡ ଫୁଡ୍ ସ୍ୱାସ୍ଥ୍ୟକର ନୁହେଁ । କାରଣ ଶସ୍ୟଗୁଡ଼ିକୁ ଫ୍ୟାକ୍ଟ୍ରିରେ ଅଧିକ ତାପମାତ୍ରାରେ ପେସି ଅଟା ପ୍ରସ୍ତୁତ କରାଯାଇଥାଏ । ଯାହା ବହୁତ ଦିନ ପର୍ଯ୍ୟନ୍ତ ନଷ୍ଟ ହୋଇନଥାଏ । ଏଥିପାଇଁ ସେଥିରେ ଆର୍ଟିଫିସିଆଲ ଇନଗ୍ରେଡିଏଣ୍ଟ ଏବଂ ଏଡିଟିବ୍ସ ମିଶାଯାଇଥାଏ । ସେହିପରି ତାଜା ଫଳକୁ ଅନେକ ଦିନ ଧରି ଫ୍ରିଜ୍ କରି ରଖାଯାଇଥାଏ । ଯାହାଦ୍ୱାରା ସେଗୁଡ଼ିକ ନଷ୍ଟ ହୋଇନଥାଏ । ଏହି ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରିବାପାଇଁ ଯେଉଁ ସବୁ ପ୍ରଣାଳୀ ବ୍ୟବହାର କରାଯାଇଥାଏ,ସେଥିରେ ଉକ୍ତ ଖାଦ୍ୟର ସମସ୍ତ ପୋଷଣତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଖାଦ୍ୟକୁ ଅଧିକ ସମୟ ପର୍ଯ୍ୟନ୍ତ ଭଲ ରଖିବାକୁ ସେଥିରେ ମିଶାଯାଉଥିବା ଆର୍ଟିଫିସିଆଲ ସ୍ୱିଟନର, କଲର ଏବଂ ଏଡିଟିବ୍ସ ଭଳି ଜିନିଷ ସ୍ୱାସ୍ଥ୍ୟ ପାଇଁ ହାନିକାରକ ।

ଅଲଟ୍ରା ପ୍ରୋସେସ୍ଡ ଫୁଡ୍ ଦ୍ୱାରା ହୋଇଥାଏ ଏହିସବୁ ରୋଗ :

ଅଧିକ ସମୟ ପାଇଁ ଅଲଟ୍ରା ପ୍ରୋସେସ୍ଡ ଫୁଡ୍ ଗ୍ରହଣ କରିବା ଦ୍ୱାରା ମୋଟାପଣ, ହାର୍ଟଆଟାକ୍, ଷ୍ଟ୍ରୋକ୍ ଭଳି ରୋଗକୁ ନିମନ୍ତ୍ରଣ ଦେଇଥାଏ । ଏହି ଖାଦ୍ୟରେ ଫ୍ୟାଟ୍ ଅଧିକ ଏବଂ ଆବଶ୍ୟକୀୟ ପୋଷଣ ତତ୍ତ୍ୱର ପରିମାଣ କମ୍ ରହିଥାଏ । ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହିସବୁ ଖାଦ୍ୟ ଖାଇବା ଦ୍ୱାରା ମଧୁମେହ ଏବଂ ଶୀଘ୍ର ମୋଟାପଣ ହେବା ସହ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାର ସମ୍ଭାବନା ରହିଛି । ଏପରି ଖାଦ୍ୟପଦାର୍ଥ ବହୁତ ଶସ୍ତା ଏବଂ ସହଜରେ ଉପଲବ୍ଧ ହୋଇଥାଏ । ଏହା ବର୍ତ୍ତମାନ ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି । ସେଥିପାଇଁ ଗ୍ରୁପ ସି ଅନ୍ତର୍ଗତ ଖାଦ୍ୟର ଅଧିକ ସେବନକୁ ICMR ବାରଣ କରିଛନ୍ତି । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ ।

 

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.