ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି ପ୍ରାର୍ଥୀଙ୍କ ଆଉ ଏକ ତାଲିକା ଜାରି , ବ୍ରିଜଭୂଷଣଙ୍କ କଟିଲା ଟିକେଟ୍‌

ଲକ୍ଷ୍ନୌ : ବିଜେପି ଗୁରୁବାର ଲୋକସଭା ପ୍ରାର୍ଥୀଙ୍କର ଆଉ ଏକ ତାଲିକା ଜାରି କରିଛି। କଂଗ୍ରେସ ପୂର୍ବରୁ ବିଜେପି ରାୟବରେଲିରୁ ମଧ୍ୟ ପ୍ରାର୍ଥୀଙ୍କ ଘୋଷଣା କରି ଦେଇଛି। ଯୋଗୀ ସରକାରରେ ମନ୍ତ୍ରୀ ଦିନେଶ ପ୍ରତାପ ସିଂହଙ୍କୁ ଟିକେଟ୍‌ ଦିଆଯାଇଛି। ଦିନେଶ ପ୍ରତାପ ସିଂହ ଗତ ଥର ମଧ୍ୟ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। କୈସରଗଞ୍ଜରୁ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଟିକେଟ୍‌ କାଟି ତାଙ୍କର ପୁଅ କରଣ ଭୂଷଣ ସିଂହଙ୍କୁ ଟିକେଟ୍‌ ଦିଆଯାଇଛି। ଦିନେଶ ପ୍ରତାପ ସିଂହ ଗତ ଥର ମଧ୍ୟ ରାୟବରେଲିରୁ ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପିରୁ ମୈଦାନରେ ଥିଲେ। ଦୁଇ ସିଟ୍‌ରେ ଗତକାଲି ନାମାଙ୍କନର ଅନ୍ତିମ ଦିନ ଥିଲା। 

ବିଜେପି ଏବେସୁଦ୍ଧା କଂଗ୍ରେସର ପ୍ରାର୍ଥୀ ଘୋଷିତ ହେବାର ରାୟବରେଲିରେ ଅପେକ୍ଷା କରିଥିଲା। ଅମିତ ଶାହ ଏହା ବି କହିଥିଲେ କି,  ସେ ସ୍ଥାନ ପାଇଁ ୩ଟି ନାଁ ସ୍ଥିର ହୋଇ ସାରିଛି। କଂଗ୍ରେସ ପକ୍ଷରୁ ନାଁ ଆସିବା କ୍ଷଣି ବିଜେପି ନିଜର ନାଁ ଘୋଷଣା କରିବ। କଂଗ୍ରେସ ପକ୍ଷରୁ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଘୋଷଣାର ଖବର ଆସିବା କ୍ଷଣି ବିଜେପି ପକ୍ଷରୁ ନାମ ଘୋଷଣା କରାଯାଇଛି। 

ବ୍ରିଜଭୂଷଣ ଶରଣ ସିଂହଙ୍କ ଟିକେଟ୍‌କୁ ନେଇ ପ୍ରଥମ ଲିଷ୍ଟ ଜାରି ହେବା ପର ଠାରୁ ଚର୍ଚ୍ଚା ହେଉଥିଲା। ମହିଳା କୁସ୍ତିଯୋଦ୍ଧାଙ୍କୁ ନିର୍ଯାତନାର ଅଭିଯୋଗରେ ଫସିଥିବା ବ୍ରିଜଭୂଷଣଙ୍କୁ ନେଇ ବିଜେପିରେ ଖୁବ୍ ଅଶାନ୍ତ ବାତାବରଣ ଥିଲା। ଏହି କାରଣରୁ ନାମାଙ୍କନ ତାରିଖ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କର ସିଟ୍‌ରେ ନିଷ୍ପତ୍ତି ହୋଇ ସାରିଛି। ହେଲେ ପରିବାରରେ ହିଁ ଟିକେଟ୍‌ ରହିବାରେ ଏହା ବି ସ୍ପଷ୍ଟ ହୋଇ ଯାଇଛି କି, ତାଙ୍କର ଦବଦବା ଏବେ ବି ବଜାୟ ରହିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.