ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପାରାଦୀପ ରାସ୍ତାରେ ହୁ ହୁ ଜଳିଲା ଯାତ୍ରୀବାହୀ ବସ୍‌: ଜଣେ ମୃତ, ୩୯ରୁ ଅଧିକ ଯାତ୍ରୀ ଆହତ

ଚନ୍ଦନେଶ୍ୱର/ପାରାଦୀପ,୧୧/୧୧: କୋଲକାତା ବାବୁଘାଟରୁ ପାରାଦୀପ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ରେ ଅଗ୍ନିକାଣ୍ଡ ଘଟିଛି । ବସ୍‌ଟି କୋଲକାତାରୁ ପ୍ରାୟ ୧୫୦ କିଲୋମିଟର ଆସିବା ପରେ ଖଡ଼ଗପୁର ନିକଟ ଡେବରାରେ ହଠାତ୍‌ ଏଥିରେ ନିଆଁ ଲାଗି ଯାଇଥିଲା । ରାସ୍ତା ଉପରେ ହୁ ହୁ ହୋଇ ଜଳିଥିଲା ବସ୍‌ । ସଟ୍‌ସର୍କିଟ୍‌ରୁ ଏହି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ବସ୍‌ରେ ଥିବା ବାଣରେ ଅଗ୍ନି ସଂଯୋଗ ହେବାରୁ ବିସ୍ଫୋରଣ ଘଟି ଭୟାବହ ରୂପ ନେଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁଘଟଥିବା ବେଳେ  ପ୍ରାୟ ୩୯ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ପଶ୍ଚିମବଙ୍ଗର ମେଦିନୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍‌ର ଡ୍ରାଇଭର୍‌ ଓ ହେଲ୍‌ପର୍‌ ଫେରାର ହୋଇଯାଇଛନ୍ତି । 

ସୂତନା ଅନୁସାରେ, ‘ଶିବମ୍‌ ଟ୍ରାଭେଲ୍‌ସ’ ନାମକ ଏହି ଘରୋଇ ବସ୍‌ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟାରେ କୋଲକାତାର ବାବୁଘାଟରୁ ବାହାରିଥିଲା । ରାତି ପ୍ରାୟ ୯ଟା ବେଳେ ଏହା ଖଡ଼ଗପୁର ନିକଟରେ ପହଞ୍ଚିଥିଲା । ଏହି ସମୟରେ ହଠାତ୍‌ ଏଥିରେ ନିଆଁ ଲାଗିଥିଲା । ଯାତ୍ରୀମାନେ କିଛି ବୁଝିବା ପୂର୍ବରୁ ଅଗ୍ନି ଭୟାବହ ରୂପ ଧାରଣ କରିଥିଲା । କେତେକ ଯାତ୍ରୀ କାଚ ଭାଙ୍ଗି ବାହାରକୁ ବାହାରିଥିଲେ । କିନ୍ତୁ ଅନେକ ଏଥିରେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । 

Copyright © 2022 - Summa Real Media Private Limited. All Rights Reserved.