ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୧୦ ଆହତ

ଅନୁଗୋଳ, ୧୬।୦୪ : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା। ଅନୁଗୋଳ ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁଯାୟୀ, ଡଲଫିନ୍ ନାମକ ଏକ ଘରୋଇ ବସ୍ ରାଇପୁରରୁ ଭୁବନେଶ୍ୱର ଯାଉଥିଲା । ଜରପଡ଼ା ନିକଟରେ ଏକ ବାଲି ବୋଝେଇ ଟ୍ରକ ସାମ୍ନାରୁ ଆସି ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ତାରାପ୍ରସାଦ ଦାସ । ସେହିପରି ଅନ୍ୟ ସମସ୍ତ ଆହତଙ୍କୁ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ କାହାର ମୁଣ୍ଡ ଫାଟି ଛି ତ ଆଉ କାହାର ଗୋଡ଼-ହାତ ଭାଙ୍ଗିଥିବାର ଜଣାପଡିଛି। ଏବେ ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆହତ ୧୦ ଜଣଙ୍କ ମଧ୍ୟରୁ ୬ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ଜରପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.