ଫିରିଙ୍ଗିଆ,୨୦/୫ : ଦିନ ୧୧ଟା ସୁଦ୍ଧା କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ କାମ୍ବାପଡା ବୁଥରେ ଭୋଟ ବର୍ଜନ ହୋଇଛି। ଦିନ ୧୨ଟା ସୁଦ୍ଧା ଏହି ବୁଥରେ ଜଣେ ମାତ୍ର ଭୋଟର ମତଦାନ କରିଛନ୍ତି। ଏହି ବୁଥରେ ସମୁଦାୟ ୪୭୫ ଭୋଟର ଅଛନ୍ତି। ଗାଁକୁ ରାସ୍ତା ନଥିବା ଅଭିଯୋଗରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ।
ସୂଚନାନୁଯାୟୀ, କିଛି ଦିନ ତଳେ ଅଞ୍ଚଳବାସୀ ଗାଁକୁ ରାସ୍ତା ଦାବିରେ ରାସ୍ତାରୋକ କରିବା ସହ ପୋଷ୍ଟର ବ୍ୟାନର ମାରି ପ୍ରଶାସନକୁ ଚେତାବନୀ ଦେଇଥିଲେ। କିନ୍ତୁ ଏହାର କୌଣସି ସମାଧାନ ହୋଇ ନଥିବାରୁ ଲୋକେ ଭୋଟ୍ ବର୍ଜନ କରିଛନ୍ତି। ଅଧିକାରୀମାନଙ୍କ ବୁଝାସୁଝା ସତ୍ତ୍ୱେ ନିଜ ଯିଦରେ ଅଟଳ ରହିଛନ୍ତି ଗ୍ରାମବାସୀ।