ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବାଇକ ସ୍କୁଟି ମୁହାଁ ମୁହିଁ ଧକ୍କା, ୩ ଗୁରୁତର, ୨ ଆହତ...

ଫିରିଙ୍ଗିଆ,୨୯|୫: ଫିରିଙ୍ଗିଆ ବ୍ଳକ ଡିଣ୍ଡିରାଗାଁ ପଂଚାୟତ ଅନ୍ତର୍ଗତ କୁଡୁକି ଛକ ନିକଟରେ ଗୋଟିଏ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଯୁବକ ଗୁରୁତର ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ହିରୋ ଡିଲକ୍ସ ବାଇକରେ ଫିରିଙ୍ଗିଆ ବ୍ଳକ ପାଙ୍ଗାଉପର ସାହି ପଂଚାୟତ ଅଞ୍ଚଳ ସିପାଞ୍ଜିରି ଗ୍ରାମର ରାକେଶ ଦିଗାଲ, ମାଲା ଗ୍ରାମର ଗୋବର୍ଦ୍ଧନ ଦିଗାଲ ଏବଂ ପାଙ୍ଗା ଗ୍ରାମର ପର୍ଶୁରାମ କହଁର ଫୁଲବାଣୀ ବ୍ଳକ କେରେଡ଼ି ପଂଚାୟତର କାମ୍ବାଗୁଡା ଗ୍ରାମରେ ଭୋଜି ଖାଇବାକୁ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ କୁଡୁକି ଛକ ନିକଟରେ ସ୍କୁଟି ସହ ଧକ୍କା ହୋଇଥିଲେ । ଏଥିରେ ସ୍କୁଟିରେ ବସିଥିବା ଫୁଲବାଣୀ ଅଞ୍ଚଳର ସମେଶ୍ୱର ରାଓ ଏବଂ ହରିହର ଆହତ ହୋଇଥିବା ବେଳେ ବାଇକରେ ବସିଥିବା ଦୁଇ ଯୁବକ ଗୁରୁତର ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.