ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

୨୬ସେପ୍ଟେମ୍ବରରୁ ୩ଦିନିଆ ମହାରାଷ୍ଟ୍ର ଗସ୍ତରେ ଯିବେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ, ୨୨/୯ : କେନ୍ଦ୍ରୀୟ ନିର୍ବାଚନ ଆୟୋଗ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ପ୍ରସ୍ତୁତିର ସମୀକ୍ଷା ଲାଗି ୩ଦିନିଆ ଗସ୍ତ କରିବେ । ନିର୍ବାଚନ ଆୟୋଗର ଅଧିକାରୀ ୨୬,୨୭ ଏବଂ ୨୮ ସେପ୍ଟେମ୍ବରରେ ମୁମ୍ବାଇ ଗସ୍ତ କରିବେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପୃଷ୍ଠଭୂମୀରେ ନିର୍ବାଚନ ଅଧିକାରୀଙ୍କ ଏହି ଗସ୍ତ ବହୁ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଉଛି ।

ସୂଚନା ମୁତାବକ, କେନ୍ଦ୍ରୀୟ ନିର୍ବାଚନ ଆୟୋଗର ଟିମ୍ ୨୬ସେପ୍ଟେମ୍ବରରେ ଦିଲ୍ଲୀରୁ ମୁମ୍ବାଇ ଲାଗି ଯିବେ । ୨୭ସେପ୍ଟେମ୍ବର ସକାଳ ୧୦ଟାରେ ରାଜ୍ୟର ସମସ୍ତ ରାଜନୈତିକ ପାର୍ଟି ସହ ବୈଠକ କରିବେ । ଅପରାହ୍ନ ୧ଟାରେ ସିଇଓ, ନୋଡାଲ ଅଧିକାରୀଙ୍କ ସହ ବି ବୈଠକ କରିବେ । ଏହା ବ୍ୟତୀତ ସୁରକ୍ଷା ଏବଂ ନିର୍ବାଚନକୁ ଧ୍ୟାନରେ ରଖି ୩ଟାବେଳେ ଅର୍ଦ୍ଧସୈନିକ ବଳ, ଆୟକର ବିଭାଗ, ଖୁଫିୟା ଏଜେନ୍ସି, ସିବିଆଇ, ଇଡିର ଅଧିକାରୀଙ୍କ ସହ ବୈଠକ ହେବ । 

ସେହିଭଳି ସନ୍ଧ୍ୟା ୫ଟା ସମୟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗର ଅଧିକାରୀଙ୍କ ବୈଠକ ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦେଶକ ସମେତ ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ସହ ହେବ । ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା ପରେ କୌଣସି ବି ସମୟରେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ । ସେହିଭଳି ଅକ୍ଟୋବର ଦ୍ବିତୀୟ ସପ୍ତାହରେ ରାଜ୍ୟରେ ଆଚାର ସଂହିତା ଲାଗୁ ହେବାର ସମ୍ଭାବନା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.