ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମତଦାନ ପାଇଁ ଅଭିନବ ସଚେତନତା, ସମୁଦ୍ରରେ ସ୍କୁବା ଡାଇଭରଙ୍କ ଭୋଟିଂ ଅଭିଯାନ

ଭୁବନେଶ୍ବର, ୧୩/୦୪ : ଆଗକୁ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋର୍‌ଦାର ପ୍ରଚାର ଚାଲିଛି । ସେପଟେ ଲୋକଙ୍କ ମଧ୍ୟରେ ଭୋଟ୍‌ଦାନ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଚେନ୍ନାଈର କିଛି ସ୍କୁବା ଡାଇଭର ଏକ ନିଆରା କାର୍ଯ୍ୟ କରିଛନ୍ତି । ୬ ଜଣ ସ୍କୁବା ଡାଇଭର ଚେନ୍ନାଈର ନୀଲଙ୍କରାଇ ଅଞ୍ଚଳରେ ସମୁଦ୍ରର ୬୦ ଫୁଟ ଗଭୀରତାରେ ମତଦାନ ପ୍ରକ୍ରିୟାର ପ୍ରଦର୍ଶନ କରିଛନ୍ତି । ସେମାନେ ନିଜ ସହିତ ଏକ ଡମି(ନକଲି) ଇଭିଏମ୍‌ ମେସିନ୍‌ ଓ ନିର୍ବାଚନ କମିଶନଙ୍କର ପ୍ଲାକାର୍ଡ ନେଇ ଯାଇଥିଲେ । ସେହି ପ୍ଲାକାର୍ଡରେ ‘ମୁଁ ମୋ’ ଭୋଟଦାନର ମହତ୍ତ୍ୱ ଜାଣିଛି’, ‘ମୋ’ ଦେଶ, ମୋ’ ଭୋଟ୍‌ ପରି’ ସ୍ଲୋଗାନ୍‌ ଲେଖାଥିଲା । ସ୍କୁବା ଡାଇଭରମାନଙ୍କର ଏହି ନିଆରା ପ୍ରୟାସର ଏକ ଭିଡିଓ ଭାଇରାଲ୍‌ ହେଉଛି । 

ସେଥିରେ ଜଣେ ଡାଇଭର ଭୋଟ ଦେବାର ଗୁରୁତ୍ୱ ଓ ସେମାନଙ୍କର ଏହି ନିଆରା ଅଭିଯାନ ଆୟୋଜନର ଉଦ୍ଦେଶ୍ୟ ସଂପର୍କରେ କହୁଥିବାର ଦେଖିବାକୁ ମିଳୁଛି । ସ୍କୁବା ଡାଇଭିଂ ପ୍ରଶିକ୍ଷକ ଓ ଟେମ୍ପଲ ଆଡ୍‌ଭେଞ୍ଚରର ନିର୍ଦ୍ଦେଶକ ଏସ୍‌ବି ଅରବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ଅଭିଯାନ ପରିଚାଳିତ ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.